ବାମଦଳର ୬ ଘଣ୍ଟିଆ ବନ୍ଦ ଡାକରା, କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ଦରବୃଦ୍ଧିର ବିରୋଧ । ଶହେ ଉପରେ ପେଟ୍ରୋଲ ଓ ଡିଜେଲ, ୯ ଶହ ମୁହାଁ ଗ୍ୟାସ୍ । ହୋଟେଲରୁ ହାଣ୍ଡିଶାଳ ମହଙ୍ଗା ମାଡ଼ରେ ସବୁ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି । ଅହେତୁକ ଦରବୃଦ୍ଧିର ପ୍ରତିବାଦ କରି ଆସନ୍ତାକାଲି ଗୁରୁବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ । ସକାଳ ୬ଟାରୁ ଦିନ ୧୨ଟା ଯାଏ ବାମପନ୍ଥୀ ଦଳ ଗୁଡ଼ିକ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି । ଓଡ଼ିଶା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଇଛି ।
୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନରେ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନରେ କାର୍ଯ୍ୟରତ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା ଅଫିସ୍ ପହଞ୍ଚିବାକୁ କୁହାଯାଇଛି । ଲୋକସେବା ଭବନର ମୁଖ୍ୟ ଫାଟକ ଦିନ ୧୦ଟା ୧୫ ସୁଦ୍ଧା ବନ୍ଦ କରି ଦିଆଯିବ ।