ଗଙ୍ଗାଧର ମେହେର କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି, ବିଭିନ୍ନ ସଂଗଠନ କଲେଣି ସମର୍ଥନ

1 min read

ସମ୍ବଲପୁର ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟର ଆଠ ଜଣ ପ୍ରାଧ୍ୟାପକ ଓ କନିଷ୍ଠ ପ୍ରାଧ୍ୟାପକଙ୍କ ବଦଳି ନିର୍ଦ୍ଧେଶ ଜାରି କରାଯାଇଛି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବର୍ଷ ମଝିରେ ହଠାତ ବଦଳି ନିର୍ଦ୍ଧେଶ ପରେ ଆଜି ଦ୍ବିତୀୟ ଦିନରେ ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଛନ୍ତି । ଅଧ୍ୟକ୍ଷାଙ୍କୁ ଅନୁରୋଧ ସତ୍ବେ କିଛି ଅଧ୍ୟାପକଙ୍କୁ ରିଲିଭ କରି ନିଜେ ଛୁଟିରେ ଚାଲିଯିବା ଯୋଗୁଁ  ତୀବ୍ର ଉତେଜନା ପ୍ରକାଶ ପାଇଛି । ଛାତ୍ରଛାତ୍ରୀ କଲେଜର ଗେଟକୁ ବହୁସମୟ ଧରି ବନ୍ଦ କରିଥିଲେ । ବଦଳି ଦ୍ବାରା ଶିକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ପୂର୍ବରୁ ସାତ ଜଣ ଶିକ୍ଷକଙ୍କ ଅଭାବ ରହିଥିବା ସତ୍ବେ ବର୍ଷ ମଝିରେ ହଠାତ୍ ଆଠ ଜଣଙ୍କୁ ବିନା ରିଲିଭରରେ ବଦଳି କରାଯାଉଛି । ଆଗକୁ ଟେଷ୍ଟ ପରୀକ୍ଷା ଥିବାରୁ ପାଠପଢା ପ୍ରଭାବିତ ହେବ ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ।

ଶିକ୍ଷକ ବଦଳିକୁ ବିରୋଧ କରି  ପଶ୍ଚିମାଞ୍ଚଳ ଏକତା ମଞ୍ଚ ମହାବିଦ୍ୟାଳୟ  ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିଛି । ବିଜେପି ଓ କଂଗ୍ରେସର ଯୁବ ମୋର୍ଚ୍ଚା ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଉପଜିଳ୍ଲାପାଳ ପହଂଚି ଛାତ୍ରଛାତ୍ରୀଙ୍କ ଦାବିକୁ ସରକାରକୁ ଜଣାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିଛି ସାମାଜିକ ସଂଗଠନ ମଧ୍ୟ ଏହାକୁ ଏବେ ସମର୍ଥନ କରିବାରୁ ଘଟଣା ଉଗ୍ର ରୂପ ନେବା ଆରମ୍ଭ କଲାଣି । ')}

Leave a Reply