ବୋର୍ଡ ନିର୍ଦ୍ଦେଶାବଳୀକୁ ବେଖାତିର, ମୋବାଇଲ ଦେଖି ଚାଲିଛି +୨ ମୂଲ୍ୟାୟନ

ଭୁବନେଶ୍ୱର: ବୋର୍ଡ ନିର୍ଦ୍ଦେଶାବଳୀକୁ ଅଧ୍ୟାପକଙ୍କ ବେଖାତିର । ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ବ୍ୟାପକ ଅନିୟମିତତା । ଖାତା ଦେଖା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ନେବା ମନା ଥିବା ବେଳେ ଅଧ୍ୟାପକମାନେ ମୋବାଇଲରେ କଥା ହେଉଛନ୍ତି ।

ଏପରିକି ଅନେକ ଖାତା ଦେଖୁଥିବା ବେଳେ ମୋବାଇଲରେ ଚାଟିଂ କରୁଥିବା ଦେଖାଯାଇଛି ।

ରାଜ୍ୟର ୬୪ଟି କେନ୍ଦ୍ରରେ ଅଫଲାଇନ୍ ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ୩୭ଟି କେନ୍ଦ୍ରରେ ଅନଲାଇନ୍ ମୋଡରେ ଚାଲିଛି ମାର୍କିଂ। ତେବେ ମୂଲ୍ୟାୟନ ଆରମ୍ଭରୁ ହିଁ ଭୁବନେଶ୍ବରର ବିଜେବି କଲେଜ ଓ ଅନ୍ୟ କିଛି କେନ୍ଦ୍ରରେ ଏଭଳି ଅନିୟମିତତା ପଦାକୁ ଆସିଛି ।

ଖାତାଦେଖା କେନ୍ଦ୍ର ଭିତରକୁ ମୋବାଇଲ ନନେବାକୁ ପୂର୍ବରୁ ସିଏଚଏସଇ ଗାଇଡଲାଇନ ଜାରି କରିଛି । ତେବେ ଏଭଳି ବିଭ୍ରାଟକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।