ବେରୁଟରେ ଶକ୍ତିଶାଳୀ ବିସ୍ଫୋରଣ: ୭୩ରୁ ଅଧିକ ମୃତ, ପ୍ରାୟ ୪ହଜାର ଆହତ
1 min readଲୋବାନନ: ଲେବାନନର ରାଜଧାନୀ ବେରୁଟରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ଏଥିରେ ୭୩ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୪ହଜାର ଲୋକ ଆହତ ହୋଇଛନ୍ତି । ଅନେକ ନିଖୋଜ ଥିବାରୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ବେରୁଟ ବନ୍ଦର ଅଞ୍ଚଳରେ ଥିବା ଏକ ଗୋଦାମରେ ବା ଆମୋନିୟମ ନାଇଟ୍ରେଟ୍ ଯୋଗୁଁ ବିସ୍ଫୋରଣ ହୋଇଥିବା ଜଣାପଡିଛି ।
Explosion in lebonan
Ya ALLAH khair i have friends from #Beirut they was on vacation and we’re trying to reached them but we couldn’t Plz keep my friends & people of beirut in ur prayers & to the families that are injured by this explosion,
May Allah protect people of #Beirut pic.twitter.com/0mWd3xNgD6— ????? ?????? ??? (@Munib_AbbaCi) August 4, 2020
ଗତ ୬ବର୍ଷ ହେଲା ଗୋଦାମରେ ୨ହଜାର ୭୫୦ ଟନ୍ ଆମୋନିୟମ ନାଇଟ୍ରେଟ୍ ରଖା ଯାଇଥିଲା । ଏଭଳି ଦାୟିତ୍ୱହୀନ ଭାବେ ବିସ୍ଫୋରକ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲେବାନନ ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି ।
https://twitter.com/Partisangirl/status/1290689018598842368
ମଙ୍ଗଳବାର ଦେଶର ରାଜଧାନୀରେ ଘଟିଥିବା ଏହି ବିସ୍ଫୋରଣରେ ସମଗ୍ର ସହର ଦୋହଲିଛି । ଏବଂ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ଯୋଗୁଁ ବଡ଼ ବଡ଼ କୋଠା ଦୋହଲିବା ସହ ଚଟାଣ ଫାଟିଯାଇଥିଲା ଏବଂ ବଡ଼ ଆକାରର ଧୂଆ ଉପରକୁ ଉଠିଥିବା ଦେଖିବାକୁ ମିଳିଛି । ବିସ୍ଫୋରଣର ଶଦ୍ଧ ଏତେ ଜୋରଦାର ଥିଲା ଯେ, ଏହା ୨୪୦ କିଲୋମିଟର ଦୂରକୁ ଶୁଣାଯାଇଥିଲେ ।
https://twitter.com/mhijazi/status/1290670932831461380
ଏହାର ଏକ ଭିଡିଓ ଲେବନନ୍ର ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଯେଉଁଥିରେ ବହୁ ଲୋକେ ଆହତ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ବିସ୍ଫୋରଣ ଯୋଗୁଁ ଏଠାକାର ପ୍ରତ୍ୟେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଏଥିମଧ୍ୟରୁ କିଛି ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କାଚ ଝରକା ଚୁରମାର ହୋଇଯାଇଥିବା ବେଳେ ଅନେକ କାର୍ ମଧ୍ୟ ନଷ୍ଟ ହୋଇଛି । ଆହତମାନେ ମେଡିକାଲରେ ଭର୍ତ୍ତି ହେବା ପାଇଁ ରାସ୍ତାରେ ଦୈଡ଼ୁଥିବା ଦେଖିବାକୁ ମିଳିଥିଲା । ଯେଉଁମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଲୋକ ଓ ଶିଶୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଥିଲେ ।