୧୦ ବର୍ଷର ପୁଅକୁ ଶୌଚାଳୟରେ ଛାଡ଼ି, ମା’ ଚାଲିଗଲା ଦିଅର ସହ

1 min read

ସୋନପୁର: ସୌଚାଳୟରୁ ନାବାଳକ ଉଦ୍ଧାର । ମା’ କହିଥିଲା ଆସୁଛି ମେଡିକାଲାରୁ । ହେଲେ ଆଉ ଫେରିଲା ନାହିଁ । କିନ୍ତୁ ପୁଅ ଚାହିଁ ବସିଥିଲା ମା’ର ବାଟକୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋନପୁର ଜିଲ୍ଲାରେ ।

ସହରର ବସ୍‌ଷ୍ଟାଣ୍ଡ ନିକଟ ‌ସୌଚାଳୟରୁ ନାବାଳକକୁ ଉଦ୍ଧାର କରାଯାଇଛି । ଉଦ୍ଧାର ନାବାଳକର ବୟସ ୧୦ ବର୍ଷ । ସେ ମା’ ଓ ଜଣେ ସମ୍ପର୍କୀୟ ଦାଦା ସହ ବୌଦ୍ଧ ଜିଲ୍ଲାରୁ ଆସିଥିଲା ସୋନପୁର । ସେମାନେ ଏଠାରେ ଭୋର ପ୍ରାୟ ୪ଟାରେ ପହଞ୍ଚିଥିଲେ । ତା’ପରେ ସମସ୍ତେ ସେଠାରେ ଫ୍ରେସ୍‌ ହେବାରେ ମା’ ପୁଅକୁ କହିଥିଲା ‘ଆମେ ଆସୁଛୁ ମେଡିକାଲରୁ ତୁ ଏଠି ବସିଥା’ । ଆଉ ତାପରେ ସମ୍ପର୍କୀୟ ଦିଅର ସହ ମହିଳା ଜଣକ ସେଠାରୁ ଚାଲିଯାଇଥିଲେ । ଆଉ ସେହିଠାରେ ହିଁ ସକାଳୁ ସନ୍ଧ୍ୟା ଯାଏଁ ମା’କୁ ଅପେକ୍ଷା କରି ରହିଥିଲା ୧୦ ବର୍ଷର ପୁଅ । ହେଲେ ମା’ ଆଉ ଫେରିନଥିଲା । ସେମାନେ ଏକ ସ୍କୁଟି (OD27B5224)ରେ ସେଠାକୁ ଆସିଥିବା ଜଣାପଡିଛି ।

ତେବେ ନାବାଳକଟିକୁ କିଛି ଯୁବକ ଦେଖିବା ପରେ ସେ ଅସୁବିଧାରେ ଥିବା ଜାଣିବାକୁ ପାଇଥିଲେ । ପରେ କିଛି ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଖବର ପାଇ ଚାଇଲ୍ଡ ଲାଇନ୍ସ କର୍ମକର୍ତ୍ତାଙ୍କ ସହ ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିବା ସହ ନାବାଳକକୁ ଉଦ୍ଧାର କରିଛି । ବାଳକର କହିବା ଅନୁସାରେ ମା’ଙ୍କ ନାମ ଗୀତାଞ୍ଜଳି ମହାପାତ୍ର ଓ ବାପା ଡମ୍ବରୁ ଧର ସାହୁ ।

Leave a Reply