ବିଭିନ୍ନ ସମୟରେ ଆବଣ୍ଟିତ ଘର ଓ ଜମିର ଆଜି ଲିଜ୍ ଦଲିଲ ହସ୍ତାନ୍ତରର ହେଲା ଶୁଭାରମ୍ଭ

1 min read

ଭୁବନେଶ୍ୱର: ଲିଜ ଦଲିଲ ପାଇଲେ ହିତାଧିକାରୀ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ଵାରା ବିଭିନ୍ନ ସମୟରେ ଆବଣ୍ଟିତ ଘର ଓ ଜମିର ଆଜି ଲିଜ୍ ଦଲିଲ ହସ୍ତାନ୍ତରର ଶୁଭାରମ୍ଭ କରାଯାଇଛି। ରାଜଧାନୀର ଆଚାର୍ଯ୍ୟବିହାର, ଉଦୟଗିରି ବିହାର, କଳିଙ୍ଗ ନଗର ଓ ଅନନ୍ତ ବିହାର ପୋଖରୀପୁଟ, ଚନ୍ଦ୍ରଶେଖରପୁର, ପଟିଆ, କପିଳପ୍ରସାଦ, ଆଇଗିଣିଆ, ଜୟଦେବ ବିହାର ଏବଂ ଡୁମୁଡୁମାରେ ଦୀର୍ଘ ୨୦ ବର୍ଷ ହେଲା ସାଧାରଣ ପ୍ରଶାସନ ଜମି ଉପରେ ଘର କରି ସୁଲଭ ମୂଲ୍ୟରେ ଯୋଗାଇ ଦେଇଥିଲା। ଏହାକୁ ବିଡିଏ ଓ ହାଉସିଂ ବୋର୍ଡ ନିର୍ମାଣ କରିଥିଲେ।

ମାତ୍ର ଲିଜ ଡିଡ୍‌ କରିବା ପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଥିବାରୁ ଲିଜ ଡିଡ କାମ ପଡିରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜାଗା ଉପରେ ଜରିମାନା, ସୁଧ ଇତ୍ୟାଦି ବାବଦକୁ ସମୁଦାୟ ୨୯ କୋଟି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଛାଡ କରିବା ପରେ ଲିଜ ଡିଡ୍‌ କାମ ଶେଷ ହୋଇଥିଲା। ଏଥିଯୋଗୁଁ ହାଉସିଂ ବୋର୍ଡର ୧୯୨୫ ଏବଂ ବିଡିଏର ୮୭୮ ଏପରି ଭାବେ ୨୮୦୩ ହିତାଧିକାରୀ ଉପକୃତ ହେବେ। ଦ୍ଵିତୀୟ ପର୍ଯ୍ୟାୟରେ ୧୪ ହଜାର ୪୬୦ଟି ସୁଲଭ ବାସଗୃହ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଯୋଗାଇ ଦେବାକୁ ଯୋଜନା ଅତିଶୀଘ୍ର ଆରମ୍ଭ କରାଯିବ। ଆଜି BDA ୭୮ ଜଣଙ୍କୁ ଏବଂ ହାଉସିଂ ବୋର୍ଡ ୪୩ ଜଣ ହିତାଧିକାରୀଙ୍କର ଦଲିଲ ସମ୍ପାଦନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଗକୁ ଖୁବ୍ ଶୀଘ୍ର ସମସ୍ତ ହିତାଧିକାରୀଙ୍କୁ ଲିଜ୍ ଦଲିଲଗୁଡ଼ିକ ପର୍ଯ୍ୟାୟକ୍ରମେ ସମ୍ପାଦନ କରାଯିବ।

Leave a Reply