ସୁବର୍ଣ୍ଣପୁରରୁ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଳରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଛି । କଲରାପତରିଆ ବାଘର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ବାଘର ମୃତ୍ୟୁ ଖବର ପାଇ ଘଟଣାସ୍ଥଳକୁ ବନ ବିଭାଗ ଯାଇ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଆଜି ସକାଳୁ ଜଙ୍ଗଲରେ ବାଘଟିର ମୃତ ଦେହ ପଡ଼ିଥିବା ସ୍ଥାନୀୟ ଅଂଚଳର କିଛି ଲୋକ ଦେଖିଥିଲେ ପରେ ବନ ବିଭାଗକୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ବାଘର ମୃତଦେହକୁ ଜବତ କରି ଘଟଣା ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି ।