ନବୀନଙ୍କ ଶାସନରେ ଦ୍ରୁତ ପ୍ରଗତି : ସିଏଜି
1 min read
ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଥିକ ସୁପରିଚାଳନାକୁ ମୋହର ମାରିଲେ ସିଏଜି । ୨୦୧୩-୧୪ରୁ ୨୦୨୨-୨୩ ପର୍ଯ୍ୟନ୍ତ ଓଡିଶା ଦେଶରେ ତୃତୀୟ ରାଜସ୍ବ ବଳକା ରାଜ୍ୟ । ୧୦ ବର୍ଷର ନବୀନ ସରକାରଙ୍କ ଆର୍ଥିକ ପରିଚାଳନାକୁ ଅନୁଶୀଳନ କରି ଏଭଳି ରିପୋର୍ଟ ପ୍ରକାଶ କରିଛନ୍ତି ମହାଲେଖାକାର । ୨୦୨୨-୨୩ରେ ରାଜ୍ୟର ବଳକା ରାଜସ୍ବ ୧୯ ହଜାର ୪୫୬ କୋଟି । ୨୦୦୦ ମସିହାରେ ଥିବା ଏକ ଅଭାବୀ ରାଜ୍ୟକୁ ବଳକା ରାଜସ୍ବ ରାଜ୍ୟରେ ପରିଣତ କରିବାରେ ନବୀନଙ୍କର ଥିଲା ବଡ଼ ଭୂମିକା । ସୁଚିନ୍ତିତ ଯୋଜନା, ଆର୍ଥିକ ସୁପରିଚାଳନା ଓ 5T ସରକାରର ସୁପ୍ରଶାସନ ଯୋଗୁଁ ନିଜସ୍ବ ଆର୍ଥିକ ସ୍ଥିତି ସୁଦୃଢ କରିବାରେ ସଫଳତା ପାଇଥିଲା । ନିରନ୍ତର ଭାବେ ରାଜସ୍ବ ଅଭିବୃଦ୍ଧି ଘଟିବା ସହ କେନ୍ଦ୍ର ଉପରେ ନିର୍ଭରଶୀଳତା ଦ୍ରୁତ ହ୍ରାସ ପାଇଥିଲା । ଏହାସହ ଜାରି ରହିଥିଲା ବହୁବିଧ ଜନକଲ୍ୟାଣକାରୀ ଯୋଜନା । ଯେଉଁଥିରେ ସାମିଲ ଥିଲା ବିଏସକେୱାଇ, ମିଶନ ଶକ୍ତି, କାଳିଆ, ଦକ୍ଷତା ବିକାଶ, 5T ସ୍କୁଲ, ଜନଜାତି ବିକାଶ, ଦୁର୍ବିପାକ ପରିଚାଳନା, ଭିତ୍ତିଭୂମି ବିକାଶ, ଜଳସେଚନ ସୁବିଧା ଓ ଦାରିଦ୍ର୍ୟ ଦୂରୀକରଣ ଭଳି କାର୍ଯ୍ୟକ୍ରମ । ସବୁଠୁ ବଡ଼ କଥା ହେଲା ନିଜସ୍ବ ପାଣ୍ଠିରେ ବିଜେଡି ସରକାର ଆରମ୍ଭ କରିଥିଲେ ଖାଦ୍ୟ ସୁରକ୍ଷା ଯୋଜନା । ଦୁଇ ଦଶନ୍ଧୀରୁ ଅଧିକ ଏଭଳି ସଫଳତା ପାଇଁ ସାଢେ ଚାରି କୋଟି ଓଡିଆଙ୍କର ନିରନ୍ତର ସମର୍ଥନ ପାଇଥିଲେ ନବୀନ । ଆଜି ସିଏଜିଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ନବୀନ ନିଜେ ଓଡ଼ିଶାବାସୀଙ୍କୁ ଧନ୍ଯବାଦ ଦେଇଛନ୍ତି ।