ବଣ୍ଡାଘାଟିରୁ ’ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ସହର ଭଳି ଗାଁରେ ଗଡ଼ିବ ବସ୍ । ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗ୍ରାମାଂଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଗୁରୁବାର ମାଲକାନାଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ମାଲକାନାଗିରି, କୋରାପୁଟ, ରାୟଗଡ଼ା,ନବରଙ୍ଗପୁର, କଳାହାଣ୍ଡି, ଗଜପତି ପରି ୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ସାମିଲ ହେବ।

ସେବା, ସୁରକ୍ଷା ଓ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଆସନ୍ତାକାଲିଠୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ଯୋଜନା । ରାଜ୍ୟ ରୁପାନ୍ତିକରଣରେ ଏହି ବସ ସେବା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସହର ଭଳି ଏଣିକି ଗାଁରେ ଗଡ଼ିବ ବସ୍। ଆରାମରେ ଯାତାୟତ କରିବେ ଲୋକେ। ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗ୍ରାମାଂଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର।

ଆସନ୍ତାକାଲି ମାଲକାନାଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ମାଲକାନାଗିରି, କୋରାପୁଟ, ରାୟଗଡ଼ା,ନବରଙ୍ଗପୁର, କଳାହାଣ୍ଡି, ଗଜପତି ପରି ୬ଟି ଜିଲ୍ଲା ଲକ୍ଷ୍ମୀ ବସ୍ ଯୋଜନାରେ ସାମିଲ ହେବ। ଏଥିପାଇଁ ବେଶ୍ ଉତ୍ସାହିତ ନବରଙ୍ଗପୁର ଅଞ୍ଚଳବାସୀ। ସେହିପରି ରାୟଗଡା ଜିଲ୍ଲାର ଅନେକ ଅଞ୍ଚଳରେ ଗମନାଗମନର ରେ ମଧ୍ୟ ସ୍ଥିତିରେ ସୁଧାର ଆସିବ। ବିଶେଷ କରି ଛାତ୍ର ଛାତ୍ରୀ, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଲକ୍ଷ୍ମୀ ଯୋଜନାରେ ଉପକୃତ ହେବେ ବୋଲି ଆଶା ରଖାଯାଇଛି।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାରେ ସାମିଲ ହୋଇଛି ମାଲକାନଗିରି। ଏନେଇ ଜିଲ୍ଲାବାସୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମକୁ ସଫଳ କରିବା ପ୍ରସ୍ତୁତ ପ୍ରଶାସନ। ସ୍ଥାନୀୟ ଲକ୍ଷ୍ମଣ ନାୟକ ଷ୍ଟାଡିୟମରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ସେପଟେ ଗଜପତିରେ ଲକ୍ଷ୍ମୀ ଯୋଜନା ସାମିଲ୍ ହୋଇଥିବାରୁ ଖୁସି ଲୋକେ। ପରିବହନ ଦିଗରେ ରାଜ୍ୟସରକାରଙ୍କ ଏଭଳି ପ୍ରୟାସକୁ ସ୍ବାଗତ କରିଛନ୍ତି ଜିଲ୍ଲାବାସୀ। ଏହି ବସ୍ ସେବା ଦ୍ବାରା ଗମନାଗମନ ସହ ଆର୍ଥିକ ଭିତ୍ତିଭୂମିର ମଧ୍ୟ ବିକାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଗାଁ ଲୋକଙ୍କ ଦୈନିକ ଗମନାଗମନ ପାଇଁ ଲକ୍ଷ୍ମୀ ଯୋଜନା ବେଶ ସହାୟକ ହେବ। ପଂଚାୟତର ଶେଷ ମାଇଲରୁ ରାଜଧାନୀକୁ ବସ ସେବା ଚଳାଚଳ କରିବ।