ଗାଁ ଗାଁରେ ବିକାଶର ଛାପ, ଉପାନ୍ତ ଅଞ୍ଚଳରେ ସୁଦୃଢ ହେଉଛି ଗମନା ଗମନ

1 min read

ଧର୍ମଗଡ଼: ଉପାନ୍ତ ଅଞ୍ଚଳରେ ସୁଦୃଢ ହେଉଛି ଗମନା ଗମନ । କଳାହାଣ୍ଡି ପାଇଁ ବିକାଶର ରୋଲ ମଡେଲ ସାଜିଛି ଲକ୍ଷ୍ମୀ ବସ୍ । ଧର୍ମଗଡର ୬ଟି ବ୍ଲକରେ ଗଡୁଛି ଭସ୍। କଲେଜ ପାଇଁ ହେଉ ବା ମେଡିକାଲ ଯିବାକୁ ଆଉ ହେଉନି ସମସ୍ୟା । ୫ ଟଙ୍କାରେ ବି ଗନ୍ତବ୍ୟସ୍ଥଳରେ ପହଞ୍ଚୁଛନ୍ତି ଯାତ୍ରୀ। ଗାଁ ଗାଁରେ ବିକାଶର ଛାପ । ଉପାନ୍ତ ଅଞ୍ଚଳରେ ସୁଦୃଢ ହେଉଛି ଗମନା ଗମନ । ଘର ଦୁଆର ମୁହଁ ଦେଇ ଗଡୁଛି ବସ୍ । ଗାଁରୁ ସହରରେ ପହଞ୍ଚିବାକୁ ଆଉ ଲୋକେ ହେଉନାହାନ୍ତି ହନ୍ତସନ୍ତ । ଏ ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଧର୍ମଗଡର ।  ଏଠାକାର ୬ଟି ବ୍ଲକ ଓ ୧୩୦ରୁ ଉର୍ଦ୍ଧ୍ବ ଗ୍ରାମ ପଞ୍ଚାୟତରେ ଗଡୁଛି ବସ୍। ସୁବିଧାରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିପାରୁଛନ୍ତି ଲୋକେ। ବସରେ ବସି କିଏ କଲେଜ ବାହାରୁଛି ତ କିଏ ହସପିଟାଲ। ଜରୁରୀ କାମରେ ଜଲଦି ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ଲକ୍ଷ୍ମୀ ବସ୍ କରୁଛି ସାହାଯ୍ୟ ।

ଦିନ ଥିଲା ଧର୍ମଗଡ଼ ଉପଖଣ୍ଡର କେତେକ ଗାଁକୁ ଘରୋଇ ବସ ଚଳାଚଳ କରୁଥିଲା। ଅନେକ ଗାଁ ବସ ସେବାରୁ ବଞ୍ଚିତ ରହୁଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଲକ୍ଷ୍ମୀ ବସ୍ ଚଳାଚଳ ପରେ ଏବେ ସବୁ ଗାଁ କୁ ମିଳିଲା ବସ୍ ସେବା l ଘରୋଇ ବସ୍ ତୁଳନା ରେ ଲକ୍ଷ୍ମୀ ବସରେ ଭଡା ମଧ୍ୟ କମ ରହିଛି । 5ଟଙ୍କା ବିନିମୟରେ ବି ଠିକଣା ଜାଗାରେ ପହଞ୍ଚୁଛନ୍ତି ଲୋକେ। ବ୍ୟାଙ୍କ ସେବା ହେଉ କି ବ୍ଲକ କାର୍ଯ୍ୟାଳୟ, ମେଡିକାଲ ହେଉ କି କୌଣସି ସରକାରୀ କାମ। ସହଜରେ ହେଉଛି ଯାତାୟତ। ଲକ୍ଷ୍ମୀ ବସ୍ ସେବା ପାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକ l