ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ହେଲେ ଭିଭିଏସ ଲକ୍ଷ୍ମଣ

1 min read

ନୂଆଦିଲ୍ଲୀ: ନ୍ୟାସନାଲ କ୍ରିକେଟ ଏକାଡେମୀ (NCA)ର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ ପୂବର୍ତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏନେଇ ଆଜି ଘୋଷଣା କରିଛନ୍ତି । ଭାରତୀୟ କ୍ରିକେଟରେ ପୂର୍ବତନ କ୍ରିକେଟରଙ୍କୁ ନିଯୁକ୍ତି ଦେବା ଆବଶ୍ୟକତା ରହିଛି ବୋଲି ସବୁବେଳେ କହିଆସୁଥିଲେ ସୌରଭ ଗାଙ୍ଗୁଲି । ରାହୁଲ ଦ୍ରାବିଡଙ୍କୁ ଭାରତୀୟ ସିନିୟର ଟିମର କୋଚ ପାଇଁ ମଧ୍ୟ ଗାଙ୍ଗୁଲି ଦ୍ରାବିଡଙ୍କୁ ରାଜି କରାଇଥିଲେ । କେବଳ ବିସିସିଆଇ ମୁଖ୍ୟ ଭାବରେ ସୌରଭ ଗାଙ୍ଗୁଲି ନୁହେଁ ବିସିସିଆଇ ସଚିବ ଜୟ ଶାହାଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଚାହୁଁଥିଲେ କି ଭିଭିଏସ ଲକ୍ଷ୍ମଣ ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭାବରେ ଦାୟିତ୍ବ ନିଅନ୍ତୁ ।

ଉଭୟ ସୌରଭ ଗାଙ୍ଗୁଲି ଓ ଜୟ ଶାହା ଚାହାନ୍ତି କି ଭିଭିଏସ ଲକ୍ଷ୍ମଣ ଏନସିଏର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରନ୍ତୁ । କିନ୍ତୁ ଫାଇନାଲ ନିଷ୍ପତି ଭିଭିଏସ ଲକ୍ଷ୍ମଣଙ୍କ ଉପରେ ରହିଛି । ତେବେ ଏହା ପୂର୍ବରୁ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପରେ ନ୍ୟୁଜିଲାଣ୍ଡ ସିରିଜରୁ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ ଭାବରେ ଦାୟିତ୍ବ ନେଉଛନ୍ତି ।  ଦ୍ରାବିଡ କୋଚ ହେବା ପରେ ସେ ଭାରତୀୟ କ୍ରିକେଟକୁ କିପରି ଆଗକୁ ନେବେ ତା ଉପରେ ସେ ଏକ ସ୍ବତନ୍ତ୍ର ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି ।  ତେବେ ଦ୍ରାବିଡଙ୍କ ଲକ୍ଷ୍ମଣ ଏନସିଏର ମୁଖ୍ୟ ଭାବରେ କାର୍ଯ୍ୟ କଲେ ଭାରତୀୟ କ୍ରିକେଟ ଏକ ନୂଆ ଲକ୍ଷ୍ୟ ନେଇ ଆଗକୁ ବଢ଼ିବ । ଭାରତୀୟ କ୍ରିକେଟକୁ ଆଗକୁ ନେବାକୁ ହେଲେ ଏହି ଦୁଇ ଜଣ ଏକାଠି କାମ କରିବା ଏକ ଉପଯୁକ୍ତ ପଦକ୍ଷେପ ଅଟେ । ଅନ୍ୟପଟେ ରାହୁଲ ଦ୍ରାବିଡ ମୁଖ୍ୟକୋଚ ଭାବରେ ନିଯୁକ୍ତି ପାଇବା ପରେ ଭାରତୀୟ ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା ଓ ଅଭିଜ୍ଞ ବୋଲର ଆର ଅଶ୍ବିନୀ ଦ୍ରାବିଡଙ୍କ ଅଧୀନରେ ଖେଳିବାକୁ ଅପେକ୍ଷା କରିଥିଲେ ବୋଲି କହିଛନ୍ତି ।

Leave a Reply