ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ରଦ୍ଦ ନେଇ ତୀବ୍ର ଅସନ୍ତୋଷ, ପ୍ରତିବାଦ ଦିବସ ପାଳୁଛନ୍ତି ଆଇନଜୀବୀ

ଭୁବନେଶ୍ୱର: ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ରଦ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ । ଆଜି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍ । ୧୭୨ ବାର ଆସୋସିଏସନ ଏକାଠି ହୋଇ ପାଳିବେ ପ୍ରତିବାଦ ଦିବସ । ଏହାସହିତ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି ଆଇନଜୀବୀ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନରେ ଓକିଲ । ଏହାକୁ ଭର୍ତ୍ସନା କରିବା ସହ ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଆବଶ୍ୟକସ୍ଥଳେ ଆନ୍ଦୋଳନକାରୀ ଓକିଲଙ୍କୁ ଗିରଫ କରିବାକୁ ମଧ୍ୟ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଯାହାକୁ ବିରୋଧ କରିଛନ୍ତି ଆଇନଜୀବୀ ।

ସମସ୍ତ ବାର ଆସୋସିଏସନ ଏକାଠି ହୋଇ ଗଠନ କରିଛନ୍ତି ଆଇନଜୀବୀ କ୍ରିୟାନୁଷ୍ଠାନ କମିଟି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ସହିତ ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଓ ଓକିଲଙ୍କ ସୁରକ୍ଷା ପ୍ରସଙ୍ଗରେ ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଦାବିପତ୍ର ଦେବ ସଂଘ ।