ଆଇନଜୀବୀଙ୍କ ଭିନ୍ନ ସଉକ: ୧ହଜାର ୫୫ କିସମର କରିଛନ୍ତି ବିହନ ସଂଗ୍ରହ

ବାଲେଶ୍ୱର: ପେଶା ଆଇନଜୀବୀ ହେଲେ ନିଶା ବିହନ ସଂଗ୍ରହ । ନିଜସ୍ୱ ପ୍ରଚେଷ୍ଟାରେ ଓଡ଼ିଶା ସିଡ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରିର ବ୍ଲକ ଚଣ୍ଡିପୁର ଗାଁର କୁସୁମ ମିଶ୍ର । ଯେଉଁଠି ରହିଛି ଏକ ହଜାର ୫୫ କିସମର ଦେଶୀ ବିହନ । ଆଜିର ଯୁଗରେ ଚାଷୀ ହାଇବ୍ରିଡ୍ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବାବେଳେ କୁସୁମଙ୍କ ଏପରି ପ୍ରୟାସକୁ ସବୁଆଡୁ ମିଳିଛି ପ୍ରଶଂସା ।

ଗୋଟିଏ ଧାନରୁ ବାହାରୁଛି ଦୁଇଟି ଚାଉଳ । ଜୈବିକ ପଦ୍ଧତିରେ ହସୁଛି ସୁନାର ଫସଲ । ବିନା ରସାୟନିକ ପଦ୍ଧତିରେ ହେଉଛି ଜୈବିକ ଖତ । ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । ଧାଡି ଧାଡି ହୋଇ ହାଣ୍ଡିରେ ସାଇତା ହୋଇଛି ବିହନ । ସବୁ ହାଣ୍ଡିରେ ଲାଗିଛି ଟ୍ୟାଗ । ଇଏ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିର ବ୍ଲକ ଚଣ୍ଡିପୁର ଗାଁର କୁସୁମ ମିଶ୍ରଙ୍କ ଓଡ଼ିଶା ସିଡ ସେଣ୍ଟ୍ରାଲ ବ୍ୟାଙ୍କ । ପେଶାରେ ଜଣେ ଆଇନଜୀବୀ ହୋଇଥିଲେ ବି ନିଜର ଚେଷ୍ଟାରେ ତିଆରି କରିଛନ୍ତି ଏହି ବିରଳ ବ୍ୟାଙ୍କ । ଯେଉଠି ସାଇତା ହୋଇ ରହିଛି ଏକ ହଜାର ୫୫ କିସମର ଦେଶୀ ବିହନ ।

ବିଲୁପ୍ତ ମୁଗେଇ, ପାଟ୍ଟିଣି, ଅଗ୍ନିଝାଲ, ଜଙ୍ଗଲି ଜଟ୍ଟା, କଳାବତି, ସାଠିଆ, ବାସ୍ନା, ଶୃଙ୍ଗ, ପେନ୍ଥା, ପଙ୍ଖ, କଳାଧାନ, କଳା ଚାଉଳ, ଭଳି ବିଭିନ୍ନ କିସମର ବିହନ ସଂଗ୍ରହ କରିଛନ୍ତି କୁସୁମ । ବାସ୍ନା ଧାନ ୮୯ ପ୍ରକାର, ଶୃଙ୍ଗ ଧାନ ୬୯, ପେନ୍ଥା ୬୦, ପଙ୍ଖ ଧାନ ୧୮, କଳା ଧାନ ୪, କଳା ଚାଉଳ ୩, ଲୁଣୀ ୧୫୯, ବନ୍ୟା ୭୧, ମରୁଡି ୧୦୫ ପ୍ରକାର ଦେଶୀ ଧାନକୁ ସଂଗ୍ରହ କରି ବ୍ୟାଙ୍କରେ ରଖାଯାଇଛି । ଏହାସହ ନିଜର ୪ ଏକର ଜମିରେ ଜୈବିକ ପଦ୍ଧତିରେ ଧାନ ଚାଷ କରିଛନ୍ତି ସେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀଙ୍କପାଖରେ ପହଞ୍ଚି ସହାୟତାର ହାତ ବଢାଇ ବିହନ ଯୋଗାଇ ଦିଅନ୍ତି

ପୁରୀ, କୋରାପୁଟ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜିଲ୍ଲାରୁ ଦେଶୀ ବିହନ ସଂଗ୍ରହ କରାଯାଇଥାଏ । ୫ଶହରୁ ଅଧିକ ଚାଷୀ ଏହି ବ୍ୟାଙ୍କରୁ ବିହନ ନେଇ ଚାଷ କରୁଛନ୍ତି । ଜଣେ ଚାଷୀଙ୍କୁ ୨ଶହ ୫୦ ଗ୍ରାମରୁ ୧ କେଜି ପର୍ଯ୍ୟନ୍ତ ବିହନ ଯୋଗାଇ ଦିଆଯାଏ

Leave a Reply