ନିର୍ଭୟା ଦୋଷୀମାନଙ୍କ ଓକିଲଙ୍କ ଦମ୍ଭୋକ୍ତି; ୩ ତାରିଖରେ ହେବନି ଫାଶୀ, ପଢ଼ନ୍ତୁ କାହିଁକି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ପଟିଆଲା ହାଉସ କୋର୍ଟ ସୋମବାର ୪ ଜଣ ଦୋଷୀଙ୍କ ପାଇଁ ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଛନ୍ତି । ଗତ ୪୧ ଦିନରେ ତୃତୀୟ ଥର ପାଇଁ ଡେଥ୍‌ ଓ୍ୱାରେଣ୍ଟ ଜାରି କରାଯାଇଛି । ୪ ଜଣ ଦୋଷୀଙ୍କୁ ୩ ମାର୍ଚ୍ଚ ସକାଳ ୬ଟାରେ ଫାଶୀ ଦିଆଯିବା ନେଇ ଆଦେଶ ଦିଆଯାଇଛି । କିନ୍ତୁ ୪ଜଣ ଦୋଷୀଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏବେ ବି  ରାଜକ୍ଷମା ଆବେଦନ ଓ କ୍ୟୁରେଟିଭ୍‌ ପିଟିସନ୍‌ର  ବିକଳ୍ପ ରହିଛି । ଏହି ୨ ବିକଳ୍ପ  ଖାରଜ ହେଲା ପରେ ବି ପୁଣି ଥରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିପାରିବେ ।

Image result for nirbhaya

ଅପରପକ୍ଷରେ ଦୋଷୀମାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଚାଲିଛି । ଯାହା ଉପରେ ଫଇସଲା ନଆସିଲା ପର୍ଯ୍ୟନ୍ତ ଫାଶୀ ହୋଇପାରିବନ ନାହିଁ  ବୋଲି ଗତ ୭ ବର୍ଷ ହେଲା ନିର୍ଭୟା ଦୋଷୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଏପି ସିଂହ କହିଛନ୍ତି । ଏଥିସହ ସେ ଆସନ୍ତା ମାର୍ଚ୍ଚ ୩ରେ ଫାଶୀ ଦିଆଯାଇପାରିବନି ବୋଲି ଦୃଢ଼ତାର ସହ କହିଛନ୍ତି ।

Image result for advocate ap singh

ସେ ଆହୁରି କହିଛନ୍ତି, ମୁଁ ଦୋଷୀଙ୍କ ସହ ସାକ୍ଷାତ କରିବି, ସମସ୍ତ ଆଇନଗତ ବିକଳ୍ପ ନେଇ ଆଲୋଚନା କରିବି । ଯାହା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କୁହାଯିବ କରିବି । ଏବେ ବି ଅନେକ ଆଇନଗତ ବିକଳ୍ପ ବାକି ରହିଛି । ସେ ସବୁର ଉପଯୋଗ କରାଯିବ । ରାଷ୍ଟ୍ରପତିଙ୍କ ନିକଟକୁ ପୁଣିଥରେ ମର୍ସି ପିଟିସନ୍ ପଠାଯିବ, ଏହା ଖାରଜ ହେବା ପରେ ପୁଣି ଯାହା ବିକଳ୍ପ ରହିଛି ତାହାର ପ୍ରୟୋଗ କରାଯିବ ।

ସେ କହିଛନ୍ତି ନା ମୁଁ ପରତ୍ମା, ନା ମୁଁ ଯମରାଜ, ମୁଁ ଜଣେ ଓକିଲ । ଯାହା କ୍ଳାଇଣ୍ଟ ଓ ତାଙ୍କ ପରିବାର ଲୋକେ କହିବେ ତାହା ହିଁ କରିବି । ଏହି ମାମଲାରେ ମିଡିଆ ଟ୍ରାଇଲ ହେଉଥିବା ବେଳେ ପବ୍ଳିକ୍‌ ଏବଂ ରାଜନେତାଙ୍କ ଚାପ ମଧ୍ୟ ରହିଛି । କିନ୍ତୁ ଏହା ଦ୍ୱାରା ନ୍ୟାୟର ପରାକାଷ୍ଠା ନୁଇଁବାକୁ ଦେବିନି ବୋଲି କହିଛନ୍ତି ।

Leave a Reply