ପରାସରନଙ୍କୁ ବଧେଇ ଜଣାଉଛି ସାରା ଦେଶ, ଜାଣନ୍ତୁ କାହିଁକି?

1 min read

ଦୀର୍ଘ ଦଶନ୍ଧି ଧରି ଲାଗିରହିଥିବା ଅଯୋଧ୍ୟା ମାମଲାର ସମାଧାନ ହୋଇଛି ସୁନ୍ନି ଓ୍ୱାକଫ୍‌ ବୋର୍ଡର ଆବେଦନକୁ ଖାରଜ କରି କୋର୍ଟ ରାମଲାଲାଙ୍କ ପକ୍ଷକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପ୍ରାୟ ସାରାଦେଶରେ ଖୁସିର ମାହୋଲ । ଦେଶର ସର୍ବାଧିକ ସମୟ ଧରି  ଚାଲିଥିବା ଏହି ମାମଲାର ଏକ ପ୍ରକାର ଅନ୍ତ ଘଟିଛି । ମାମଲାରେ ସମ୍ପୃକ୍ତ ଓକିଲ, ୫ଜଣିଆ ଖଣ୍ଡପୀଠ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇକୁ ନେଇ ପ୍ରଂଶସାରେ ଶତମୁଖ ଦେଶବାସୀ । ବିଶେଷ କରି  ହିନ୍ଦୁ ସମୁଦାୟ ପକ୍ଷରୁ ମାମଲା ଲଢ଼ୁଥିବା ୯୨ ବର୍ଷୀୟ ଓକିଲ ପଦ୍ମ ବିଭୂଷଣ କେଶବ ପରାସରନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

 ପରାସରନଙ୍କୁ ବୟସ ଅଧିକ ହୋଇଥିଲେ ମଧ୍ୟ ସେ ପୂରା ଦମ୍ଭର ସହିତ ଏହି ମାମଲାକୁ ଲଢ଼ୁଥିଲେ । ଏତେ ବୟସରେ ତାଙ୍କର ଏଭଳି ଶକ୍ତି ଦେଖି ତାଙ୍କ ସହ କାମ କରୁଥିବା ଯୁବ ଓକିଲ ମାନେ ମଧ୍ୟ ଅଧିକ ଉତ୍ସାହିତ ହେଉଥିଲେ ।

ପରାସରନ ମୁସଲିମ ପକ୍ଷର ବରିଷ୍ଠ ଓକିଲ ରାଜୀବ ଧାଓ୍ୱନଙ୍କ ବିରୋଧରେ ମାମଲା ଲଢ଼ୁଥିଲେ । ରାଜୀବ ଧାଓ୍ୱନ ହେଉଛନ୍ତି ଜଣେ ପ୍ରଭାବଶାଳୀ ଓକିଲ  । କିନ୍ତୁ ଏହି ୪୦ ଦିନ ମଧ୍ୟରେ ପରାସରନ ଗୋଟିଏ ବି ଥର ନିଜ ଯୁକ୍ତିକୁ ଦୁର୍ବଳ କରିନାହାନ୍ତି, ସବୁବେଳେ ତାଙ୍କ ଯୁକ୍ତି ଅକାଟ୍ୟ ରହିଛି । ପରାସରନ ୧୯୭୬ ମସିହାରେ ତାମିଲନାଡୁର ଆଡଭୋକେଟ ଜେନେରାଲ ଥିଲେ, ଯେଉଁ ସମୟରେ ସେଠାରେ ରାଷ୍ଟ୍ରପତି ଶାସନ ଚାଲୁଥିଲା  ।୧୯୮୩ରୁ ୮୯ ମସିହା ମଧ୍ୟରେ ଇନ୍ଦିରା ଗାନ୍ଧି ଏବଂ ରାଜିବ ଗାନ୍ଧିଙ୍କ ଅଧିନରେ ଆଟୋର୍ଣ୍ଣି ଜେନେରାଲ ମଧ୍ୟ ରହିସାରିଛନ୍ତି ।

ଚୌକିରେ ବସି ଯୁକ୍ତି ରଖିବାକୁ କହିଥିଲେ ମୁଖ୍ୟ ବିଚାରପତି

ଥରେ ଶୁଣାଣି ବେଳେ ନିଜ ଯୁକ୍ତି ରଖିବାକୁ ଚୌକୁରୁ ଉଠି ଛିଡ଼ାହୋଇଥିଲେ ପରାସରନ୍‌ । ବୟସାଧିକ କାରଣୁ ଚୌକିରେ ବସି ଯୁକ୍ତି ରଖିପାରିବେ ବୋଲି କହିଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । କିନ୍ତୁ ଏ ନେଇ ମନା କରିଦେଇଥିଲେ ପରାସରନ୍ । ସେ କହିଥିଲେ, ଛିଡ଼ା ହୋଇ ଯୁକ୍ତି କରିବାର ପରମ୍ପରା ରହିଛି, ଏହା ଭଙ୍ଗ କରାନଯାଉ । ଏଭଳି ଘଟଣା ମାନ୍ୟବର କୋର୍ଟ ଓ ତାଙ୍କ ପେଶା ପ୍ରତି ଥିବା ସମ୍ମାନକୁ ପ୍ରଦର୍ଶିତ କରିଥିଲା । ଅଧିକାଂଶ ସମୟରେ ପରାସରନ୍‌ କୋର୍ଟରେ ଉପସ୍ଥିତ ହୋଇପାରୁନଥିଲେ ମଧ୍ୟ ସାବରିମାଲା ଓ ରାମ ଜନ୍ମଭୂମି ଭଳି ଅତି ସମ୍ୱେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ମାମାଲରେ ସେ ଉପସ୍ଥିତ ରହିଥିଲେ । ')}

Leave a Reply