‘ଆପଣଙ୍କୁ କରୋନା ହେଉ’: ହାଇକୋର୍ଟ ବିଚାରପତିଙ୍କୁ ଏମିତି କାହିଁକି କହିଲେ ଓକିଲ

1 min read

ନୂଆଦିଲ୍ଲୀ: ସାଧାରଣତଃ କୋର୍ଟରେ ବେଳେବେଳେ ଏମିତି ପରିସ୍ଥିତି ଆସି ଯାଏ ଯେତେବେଳେ ଓକିଲ ଯୁକ୍ତି ଉପସ୍ଥାପନା କରିବା ସମୟରେ ଉଗ୍ର ବ୍ୟବହାର କରିଥାନ୍ତି । କିନ୍ତୁ କଲିକତା ହାଇକୋର୍ଟରେ ଜଣେ ଓକିଲଙ୍କୁ ମନମୁତାବକ ଶୁଣାଣି ନହେବାରୁ କୋର୍ଟରେ ସର୍ବସମ୍ମୁଖରେ ଜଜଙ୍କୁ ଦୁର୍ବ୍ୟବହାର ଦେଖାଇଛନ୍ତି । ଦୁର୍ବ୍ୟବହାର ଦେଖାଇ ସେ କହିଛନ୍ତି ଯେ, ଭଗବାନ କରନ୍ତୁ ଆପଣଙ୍କୁ କରୋନା ହେଇଯାଉ । ଆପଣଙ୍କ କ୍ୟାରିୟର ବରବାଦ ହେଇଯାଉ । ଜଜ୍ ଦିପଙ୍କର ଦତ୍ତାଙ୍କ ଖଣ୍ଡପୀଠ  ଓକିଲ ବିଜୟ ଅଧିକାରୀଙ୍କ ଏହି ଦୁର୍ବ୍ୟବହାରକୁ କୋର୍ଟର ଅବମାନନା ମନେ କରିଛନ୍ତି । ଏବଂ ଜଜ ତାଙ୍କୁ ଏକ ନୋଟିସ ଜାରି କରି କହିଛନ୍ତି ଯେ, ନା ମତେ ମୋ ଭବିଷ୍ୟତର ଚିନ୍ତା ଅଛି, ଆଉ ନା ଅଛି କରୋନାର ଡର । କୋର୍ଟର ଗରୀମା ମୋ ପାଇଁ ସର୍ବପ୍ରଥମେ । ଆପଣ ସେହି କୋର୍ଟର ଗରୀମାକୁ ଖଣ୍ଡନ କରିଛନ୍ତି ସେଥିପାଇଁ ଆପଣ ଆରୋପୀ ଅଟନ୍ତି । ତେବେ ଏହି ମାମଲାର ଶୁଣାଣି କୋର୍ଟର ଶ୍ରୀଷ୍ମ ଛୁଟି ରେ ହେବ ବୋଲି ଜଜ୍ ସୀତନା ଦେଇଛନ୍ତି ।

ଓକିଲ ଆଡ୍ରେସିଂ ଟେବୁଲକୁ ଧକ୍କା ଦେବା ସହ ମାଇକ୍ରୋଫୋନକୁ ବି ଭାଙ୍ଗି ଦେଇଥିଲେ-

ଜଷ୍ଟିସ ଦିପଙ୍କର ଦତ୍ତା ଅବମାନନା ନୋଟିସରେ ଘଟଣାକୁ ବିସ୍ତାର ଭାବେ ଉଲ୍ଲେକ କରିଛନ୍ତି । ସେ ଲେଖିଛନ୍ତି ଯେ, କାଳିଦାସ ଦତ୍ତା ବନାମ ଆହ୍ଲାବାଦ ବ୍ୟାଙ୍କର ସହ.କ ମ୍ୟାନେଜର ମାମଲାରେ କାଳିଦାସଙ୍କ ପକ୍ଷରୁ ଓକିଲ ବିଜୟ ଅଧିକାରୀ ଯୁକ୍ତି ବାଢ଼ୁଥିଲେ । ଏହାସହ ମାମଲାର ଶୀଘ୍ର ଶୁଣାଣି କରି ଅନ୍ତିମ ଆଦେଶ ଶୁଣାଇବାକୁ ଦାବି କରିଥିଲେ । ଆବେଦନକର୍ତ୍ତାଙ୍କ କହିବା ଅନୁସାରେ ଲୋନର କିଛି ବକେୟା ଟଙ୍କା ନଦେଇଥିବାରୁ ଜାନୁଆରୀ ମାସରେ ଆବେଦନକାରୀଙ୍କ ଗୋଟେ ବସକୁ ଜୂବତ କରାଯାଇଥିଲା । ଏବେ ବ୍ୟାଙ୍କ ସେହି ବସକୁ ନିଲାମ କରିବାକୁ ଯାଉଥିଲା । ଏବଂ ଏହା ଉପରେ ରୋକ ଲଗାଇବା ପାଇଁ ସେ କହିଥିଲେ । ତେବେ ଜଷ୍ଟିସ ଦିପଙ୍କର ଉକ୍ତ ମାମଲାର ଶୀଘ୍ର ଶୁଣାଣି କରିବା ପାଇଁ ମନା କରିଦେଇଥିଲେ ଏବଂ ଆଦେଶ ଲେଖିବା ଆରମ୍ଭ କରିଦେଇଥିଲେ । ତେବେ ଓକିଲଙ୍କୁ ଲାଗିଲାକି କୋର୍ଟ ତାଙ୍କ କଥା ଶୁଣୁ ନାହାନ୍ତି  । କିନ୍ତୁ କୋର୍ଟ ତାଙ୍କୁ କହିଲେ ଯେ ସେ ଅପର ପକ୍ଷର ଯୁକ୍ତି ନଶୁଣିବା ଯାଏଁ ଏକତରଫା ଆଦେଶ ଦେଇ ପାରିବେନି । ଏହା ଶୁଣଇବା ପରେ ଓକିଲ ନିଜ ହିତାହିତ ଜ୍ଞାନ ହରାଇବସିଲା । ସେ ପ୍ରଥମେ ଆଡ୍ରେସିଂ ଟେବୁଲ ଭାଙ୍ଗିବା ପରେ ମାଇକ୍ରୋଫୋନକୁ ଫାଙ୍ଗିଦେଇଥିଲେ

Leave a Reply