ଦେଶର ମୂଳ ସମ୍ୱିଧାନରେ ରହିଛି ପ୍ରଭୁ ଶ୍ରୀରାମଙ୍କ ସ୍କେଚ୍: ଟ୍ୱିଟ୍ ଜରିଆରେ ଫଟୋ ସେୟାର କଲେ ମନ୍ତ୍ରୀ ରବିଶଙ୍କର
2 min readଅଯୋଧ୍ୟା: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ । ରାମ ମନ୍ଦିର ନିର୍ମାଣ ନେଇ ଆଜି ହୋଇଛି ଭୂମି ପୂଜନ । ଆଜିର ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟ କରିଛନ୍ତି । ବିଗତ କିଛି ଦଶକରେ ରାମ ମନ୍ଦିର ନିର୍ମାଣ ନେଇ ବିବାଦ ଚାଲିଆସୁଥିଲା । କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ରାମ ମନ୍ଦିର ନିର୍ମାଣ ନେଇ ରାସ୍ତା ପ୍ରଶସ୍ତ ହୋଇଛି । ଆଜିର ଏହି ଅବସରରେ ମନ୍ତ୍ରୀ ରବିଶଙ୍କର ଭାରତୀୟ ସମ୍ୱିଧାନର ମୂଳ ପୋଥିରେ ଭଗବାନ ଶ୍ରୀରାମଙ୍କ ଚିତ୍ର ରହିଥିବା ଫଟୋକୁ ସେୟାର କରିଛନ୍ତି । ଏଥିରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟାକୁ ଫେରୁଥିବା ସମୟର ଫଟୋ ସେୟାର କରାଯାଇଛି ।
Original document of the Constitution of India has a beautiful sketch of Lord Ram, Mata Sita and Laxman returning to Ayodhya after defeating Ravan.
This is available at the beginning of the chapter related to Fundamental Rights.
Felt like sharing this with you all.#JaiShriRam pic.twitter.com/jCV9d8GWTO— Ravi Shankar Prasad (Modi ka Parivar) (@rsprasad) August 5, 2020
ସମ୍ୱିଧାନର କେଉଁଠି ରହିଛି ଫଟୋ
ସମ୍ୱିଧାନର ଯେଉଁ ମୂଳ ନଥି ଯାହାକୁ ହାତରେ ଲେଖାଯାଇଛି, ତାହାର ପ୍ରତି ଅଧ୍ୟାୟ ଆରମ୍ଭର ପ୍ରଥମ ପୃଷ୍ଠାରେ କିଛି ଚିତ୍ର ରହିଛି । ତୃତୀୟ ଅଧ୍ୟାୟ ଆରମ୍ଭ ପୂର୍ବରୁ ଭଗବାନ ରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ଫଟୋ ରହିଛି । ଏହି ଚିତ୍ର ପ୍ରଭୁ ଶ୍ରୀରାମ ରାବଣ ବଦ୍ଦ କରି ଫେରିବା ବେଳର ।