କୁଳମଣି ହତ୍ୟାକାଣ୍ଡ ମାମଲା : ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଏଭଳି ନିର୍ମମ ହତ୍ୟାକୁ ନିନ୍ଦା କରିବା ସହ ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା କଥା କହିଛନ୍ତି ଆଇନ ମନ୍ତ୍ରୀ । ଏହାସହ ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ମନ୍ତ୍ରୀ ।

ଆଇନମନ୍ତ୍ରୀ କହିଛନ୍ତି ଯେ, “ଏହି ହତ୍ୟାକୁ ଯେତେ ନିନ୍ଦା କଲେ ସେତେ କମ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବ୍ୟଶକ । ମୁଁ ନିଜେ ଦୃଷ୍ଟି ଦେବି କିପରି ସେମାନେ ଗିରଫ ହେବେ । ବିଜେପି ଆମ ରାଜ୍ୟରେ ଆମ ବିରୋଧୀ ଦଳ ଭାବେ କହିବ ନିଶ୍ଚୟ । କିନ୍ତୁ ଜଗନ୍ନାଥଙ୍କ ରାଜ୍ୟରେ ହିଂସାର ସ୍ଥାନ ନାହିଁ। ତାଙ୍କ ପରିବାର ଲୋକେ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି, ସେ ହେଉଛନ୍ତି ସରପଞ୍ଚଙ୍କ ସ୍ୱାମୀ । ତେଣୁ ତାଙ୍କର ମୋ ସହ ଭେଟ ହୋଇଛି କିନ୍ତୁ ଏହି ହତ୍ୟାକାଣ୍ଡ ପୂର୍ବରୁ । ତେଣୁ ମୋ ସହିତ ଫୋଟୋ ରହିବା ସ୍ୱାଭାବିକ । ଏହାକୁ ନେଇ ବିରୋଧିଙ୍କ ଆକ୍ଷେପ ସମ୍ପୂର୍ଣ୍ଣ ଭୁଲ ।”

ସୂଚନାଯୋଗ୍ୟା ଯେ, କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି  ପ୍ରଭାରି ତଥା ମାହଙ୍ଗା ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି । ଗତକାଲି ସାଲେପୁର ବିଜେପି ନଗର ମଣ୍ଡଳ ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ । ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ହସ୍ପିଟାଲରେ ଦିବ୍ୟସିଂହଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

Leave a Reply