ସରକାର ଗଠନ କରିବେ ଆଇନ ସମୀକ୍ଷା କମିଶନ

ନନ୍ଦିଘୋଷ ବ୍ୟୁରୋ: ଖୁଵଶୀଘ୍ର ରାଜ୍ୟ ସରକାର ଗଠନ କରିବେ ଲ’ ରିଭିଜନ କମିଶନ । ଯେଉଁ ଆଇନ ଉପରେ ସରକାର ଚାଲେ ସେସବୁ ଆଇନଗୁଡିକର ନବୀକରଣ ଅବା ପୁନର୍ବିନ୍ୟାସ ଆବଶ୍ୟକତା ଅଛି । ତେଣୁ ମାସେ କିମ୍ବା ଦେଢମାସେ ଭିତରେ ଲ’ ରିଭିଜନ କମିଶନ ଗଠନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯଦି କେଉଁ ଆଇନ ଅପ୍ରାସଙ୍ଗିକ କିମ୍ବା ଅଦରକାରୀ ହୋଇପଡିଛି ତାହାର ସମୀକ୍ଷା ଦରକାର । ଏଥିପାଇଁ ଲ’ ରିଭିଜନ କମିଶନ ଗଠନ ହେବା ଜରୁରୀ ବୋଲି କହିଛନ୍ତି ପୃଥ୍ବୀରାଜ । ସେହିପରି ସୂଚନା ଅଧିକାର ଆଇନକୁ ଅଧିକ ସଶକ୍ତ କରାଯିବ । ଆଇନରେ ଦରକାର ପଡିଲେ ସଂଶୋଧନ କରାଯିବ । ସରକାରଙ୍କୁ ଭୁଲ ଠିକ ବିଷୟରେ ସୂଚେଇ ଦେବା କାମ ହେଉଛି ସୂଚନା ଅଧିକାର କର୍ମୀଙ୍କର । ତେଣୁ ରାଜ୍ଯରେ ସେମାନଙ୍କ ନାମରେ ଥିବା ମାମଲାର ସରକାର ପୁରର୍ବିଚାର କରିବେ ବୋଲି କହିଛନ୍ତି ପୃଥ୍ବୀରାଜ ।