ନୂଆବର୍ଷରେ ନୂଆ ନିୟମ, ବଦଳିଲା କମର୍ସିଆଲ ଗ୍ୟସ୍ ଦର

ନୂଆଦିଲ୍ଲୀ : ନୂଆବର୍ଷରେ ନୂଆ ନିୟମ । ବର୍ଷ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ବର୍ଷ ବଦଳିବା ସହ ବଦଳିଛି ନିୟମ । ଜାନୁଆରୀ ୧ରୁ ଅନେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ।  ତେବେ ତେଲ ମାର୍କେଟରେ କମ୍ପାନୀଗୁଡିକ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଗ୍ୟାସର ଦର ହ୍ରାସ ହୋଇଛି । ଆଜି ଠାରୁ ଅର୍ଥାତ୍ ଜାନୁଆରୀ ୧ରୁ ଏଲପିଜି ସିଲିଣ୍ଡର ଦର ୧୪.୫୦ ଟଙ୍କା ଶସ୍ତା ହୋଇଛି  ।  ଅନ୍ୟପଟେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଗତ ବର୍ଷ ମାର୍ଚ୍ଚ୧ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିଲା ।

ଜାନୁୟାରୀ ୧, ୨୦୨୫ ରୁ ଦିଲ୍ଲୀରେ ୧୮୦୪ ଟଙ୍କା, ମୁମ୍ବାଇରେ ୧୭୫୬ଟଙ୍କା, ଚେନ୍ନାଇରେ ୧୯୬୬ ଟଙ୍କା ଏବଂ କୋଲକାତାରେ ୧୯୧୧ ଟଙ୍କା ମୂଲ୍ୟରେ ୧୯ କେଜି  କମର୍ସିଆଲ ସିଲିଣ୍ଡର ଉପଲବ୍ଧ ହେବ। ଏହାପୂର୍ବରୁ ଦିଲ୍ଲୀରେ ଏହାର ହାର ସିଲିଣ୍ଡର ପିଛା ୧୮୧୮.୫୦ ଟଙ୍କା ଥିଲା । ଗତ ଅଗଷ୍ଟ ୨୦୨୩ ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୦୦ଟଙ୍କା ହ୍ରାସ ହୋଇଥିଲା । ସେବେଠାରୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।