ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି; ଅଭିଯୋଗ ଆଣିଲେ ଓ୍ବାଜିଦ ଖାନଙ୍କ ପତ୍ନୀ

ମୁମ୍ବାଇ: ୨୦୨୦ ମସିହାରେ କରୋନା ସଂକ୍ରମଣରେ ଅନେକ କଳାକାରଙ୍କର ପ୍ରାଣହାନୀ ଘଟିଛି । ତନ୍ମଧ୍ୟରେ ବଲିଉଡର  ଲୋକପ୍ରିୟ ଯୋଡି ସାଜିଦ୍-ଓ୍ୱାଜିଦର  ଓ୍ୱାଜିଦ ଖାନ୍ ରହିଛନ୍ତି। ଯାହାଙ୍କର ନିଧନ ଗତ ଜୁନ୍ ୧ ତାରିଖରେ ହୋଇଥିଲା ।

ସ୍ୱାମୀ ଓ୍ୱାଜିଦଙ୍କ ମୃତ୍ୟୁ ପରେ ତାଙ୍କ ଧର୍ମପତ୍ନୀ କମଲରୁଖ ଏକପ୍ରକାର ଭାଙ୍ଗି ପଡିଥିଲା ବେଳେ ନିଜ ଶ୍ୱଶୁର ଘର ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଓ୍ୱାଜିଦଙ୍କ ପରିବାର ଲୋକେ ତାଙ୍କୁ ଧର୍ମ ପରିବର୍ତ୍ତନ କରି ଇସଲାମ୍ ଧର୍ମ ଆପଣେଇବାକୁ ବାଧ୍ୟ କରୁଥିବା ସମ୍ପର୍କୀତ ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ।

କମଲରୁଖଙ୍କ କହିବା ଅନୁଯାୟୀ ସେ ପାରସୀ ଥିବା ବେଳେ ଓ୍ବାଜିଦ ମୁସଲିମ୍ ସମ୍ପ୍ରଦାୟର ଲୋକ ଥିଲେ । ଏମିତିକି ସେମାନଙ୍କର ବିବାହ ଇଣ୍ଟରକାଷ୍ଟ ମ୍ୟାରେଜ ଅଧିନରେ ହୋଇଥିଲା । ଯାହାପରେ ତାଙ୍କୁ ମଧ୍ୟ ଧର୍ମ ଭିତ୍ତିକ ଭେଦଭାବର ସମ୍ମୁଖୀନ ହେବାକୁ ପଡିଥିଲା ।

ସାଜିଦ୍-ୱାଜିଦ୍ ଯୋଡି ବଲିଉଡକୁ ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି। ଦବଙ୍ଗ ସିରିଜ୍, ପାଗଲପନ୍ତି, ହିରୋପନ୍ତି, ମେ ତେରା ହିରୋ, ଜୁଡଓ୍ୱା ୨, ଚଶମେ ବଦୁର, ହିମତୱାଲା, ଏକ ଥା ଟାଇଗର, ହାଉସଫୁଲ ୨, ବୀର, ୱାଣ୍ଟେଡ, ଗଡ୍ ତୁସି ଗ୍ରେଟ୍ ହୋ, ଓ୍ୱେଲକମ୍, ପାର୍ଟନର, ମୁଝସେ ସାଦି କରୋଗି, ତେରେ ନାମ, ହମ ତୁମହାରେ ହେ ସନମ ଓ ହେଲୋ ବ୍ରଦର ଭଳି ଚଳଚ୍ଚିତ୍ର ରହିଛି ।

Leave a Reply