spot_img

Latest Posts

ଦିବଙ୍ଗତ ନେତା ବିଜୟଶ୍ରୀ ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଭୁବନେଶ୍ୱର: ଇଡ଼କଲ ଅଡିଟୋରୀୟମରେ ଅନୁଷ୍ଠିତ ହୋଇଯାଇଛି ପୂର୍ବତନ ମନ୍ତ୍ରୀ, ଦିବଂଗତ ନେତା ବିଜୟଶ୍ରୀ ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ବିଜୟଶ୍ରୀ ରାଉତରାୟ ସ୍ମୃତି ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ବିଜୟଶ୍ରୀ ରାଉତରାୟଙ୍କ ସ୍ମୃତିଚାରଣ କରାଯିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ବିଜୟଶ୍ରୀ ରାଉତରାୟ 6 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୧୯୯୦ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜୟଶ୍ରୀ ନିଜ ରାଜନୈତିକ କ୍ୟାରିୟରରେ କେବେ ପରାଜିତ ହୋଇନଥିଲେ । ଗୁରୁବାର ଶ୍ରାଦ୍ଧ ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ବିଜୟଶ୍ରୀ ରାଉତରାୟଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ।

ଏହସହ ବିଜୟଶ୍ରୀ ରାଉତରାୟ ସ୍ମୃତି ପରିଷଦର ସଭାପତି ପ୍ରଭାତ ତ୍ରିପାଠୀ, ବରିଷ୍ଠ ନେତା ଦାମଦୋର ରାଉତ, ପ୍ରଫୁଲ ଘଡେଇ, ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଜୟଶ୍ରୀ ରାଉତରାୟଙ୍କ ରାଜନୈତିକ ଓ ସାମାଜିକ ଜୀବନୀ ଉପରେ ଆଲୋଚନା କରିଥିଲେ।

Latest Posts

Don't Miss