spot_img

Latest Posts

ଗାଁ ମଣାଶିରେ ହେଲା ସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଗଜପତି: ପୌତୃକ ଗାଁ ଗଜପତି ଜିଲ୍ଲା  କୁରୁବୁଗାରେ ଶହୀଦ ଯବାନ ପର୍ଶୁରାମ ଶବରଙ୍କ ହୋଇଛି ଶେଷକୃତ୍ୟ ସମ୍ପନ୍ନ  । ବିହାରର ବିରପୁର ସେନାବାହିନୀର ତାଲିମ କେନ୍ଦ୍ରରେ ତାଲିମ ନେଉଥିବା ସମୟରେ ଗତ ୧୪ ତାରିଖରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ସୋମବାର ସକାଳୁ ସହିଦ ଯବାନ ପର୍ଶୁରାମ ଶବରଙ୍କ ରାଷ୍ଟ୍ରୀୟ ସମ୍ମାନ ସହ  ହୋଇଛି ଶେଷକୃତ୍ୟ ସମ୍ପନ୍ନ  । ଗଜପତି ଜିଲା ରାୟଗଡ ବ୍ଲକର କୁରୁଗୁଵା ଗାଁର ପର୍ଶୁରାମ ଶବର ସେନାରେ ଚାକିରୀ ପାଇବା ପରେ ନିଜ ପରିବାର ସହ ଗାଁ ଲୋକେ ବେଶ ଖୁସିଥିଲେ ।

ଗତ ଶୁକ୍ରବାର ଦିନ ବିହାରର ବିରପୁର ସେନା ତାଲିମ କେନ୍ଦ୍ରରେ ଘଟିଥିଲା ଦୁର୍ଘଟଣା । ତାଲିମ କେନ୍ଦ୍ର ଦେଇ ଯାଇଥିବା ହାଇ ଭୋଲ୍ଟେଜ ତାର ଛିଣ୍ଡି ଯିବାରୁ ୧୪ ଜଣ ସେନା କର୍ମଚାରୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ୩ ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କୁରୁବୁଗା ଗାଁର ପର୍ଶୁରାମ ଶବରଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଗଜପତି ପ୍ରଶାସନ ତରଫରୁ ପରିବାର ବର୍ଗଙ୍କୁ ଜଣାଇବା ପରେ ପରିବାର ଲୋକେ ଭାଙ୍ଗି ପଡିଥିଲେ। ଗାଁର ବୀର ପୁଅଙ୍କ ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ଅଞ୍ଚଳବାସୀ। ଗତକାଲି ବିଳମ୍ବିତ ରାତିରେ ମୃତଦେହ ଗାଁ ରେ ପହଁଞ୍ଚିବା ପରେ ଆଜି ସକାଳୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ପର୍ଶୁରାମଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି ।

ସେପଟେ ବୀର ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ରାସ୍ତାରେ ଶହ ଶହ ଲୋକ ପୁଷ୍ପାଞ୍ଜଳି ପ୍ରଦାନ କରୁଥିଲେ  । ଜିଲ୍ଲା ଜଣେ ବୀରପୁତ୍ରକୁ ହରାଇଛି । ପ୍ରଶାସନ ତରଫରୁ ଉପସ୍ଥିତ ଅଧିକାରୀମାନେ ଦୁଃଖ ପ୍ରକାଶ କରିଛନ୍ତି । ଗତ 14 ତାରିଖର ଘଟଣାକୁ ବଖାଣି ଥିଲେ ମରଶରୀରକୁ ଘରେ ପହଞ୍ଚାଇବାକୁ ଆସିଥିବା ସେନା ଅଧିକାରୀ। ନିଜ ଯବାନକୁ ହରାଇ ଦୁଃଖ ପ୍ରକାଶ କରିଛନ୍ତି ଅଧିକାରୀ ।

Latest Posts

Don't Miss