ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଶେଷ ବିଦାୟ ନେବେ ଝରଣା, ଗୋରାକବର ଶ୍ମଶାନରେ ଅନ୍ତିମ ସଂସ୍କାର
1 min readକଟକ: ଆଜି ମାଟିରେ ମିଶିଯିବ ବୀଣାଜିଣା କଣ୍ଠ । ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସଙ୍କର ହେବ ଶେଷକୃତ୍ୟ । ଅପରାହ୍ମରେ କଟକର ଗୋରାକବର ଶ୍ମଶାନରେ ହେବ ଅନ୍ତିମ ସଂସ୍କାର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଝରଣାଙ୍କୁ ଶେଷ ବିଦାୟ ପ୍ରଦାନ କରାଯିବ । ଗତକାଲି ୮୨ ବର୍ଷ ବୟସରେ କଟକ ବାସଭବନରେ ତାଙ୍କର ପରଲୋକ ହୋଇଥିଲା । ପିଲାଦିନରୁ ନାଚଗୀତ ଓ ଅଭିନୟ ପ୍ରତି ଝରଣା ଦାସଙ୍କର ରୁଚିଥିଲା ।
୧୯୬୪ରେ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଚଳଚ୍ଚିତ୍ର ସହିତ ସେ ମଞ୍ଚ, ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ । ଝରଣା ଦାସ ଅଦିନ ମେଘ ଚଳଚ୍ଚିତ୍ରରେ ଅଭିନୟ କରି ଶ୍ରେଷ୍ଠ ନାୟିକା ଓ ସମୟ ବଡ଼ ବଳବାନ ଫିଲ୍ମ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ୧୯୯୭ରେ ତାଙ୍କୁ ଜୟଦେବ ପୁରସ୍କାର ମିଳିଥିଲା । ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ, ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ ଆଦି ମଧ୍ୟ ଲାଭ କରିଥିଲେ । ୪୦ରୁ ଅଧିକ ଚଳଚ୍ଚିତ୍ରରେ ସେ ଛାଡ଼ିଯାଇଛନ୍ତି ଅଭିନୟର ଛାପ ।