ମନୀଷଙ୍କ ଶେଷ ଫଟୋରୁ ମୃତ୍ୟୁର ସୁରାକ୍ ଖୋଜୁଛି ପୋଲିସ

Last Photo Of Manish Das Captured In CCTV

ଭୁବନେଶ୍ୱର: ସାମନାକୁ ଆସିଲା ମନୀଷଙ୍କ ମୃତ୍ୟୁ ପୂର୍ବର ଶେଷ ଫଟୋ । ପାତ୍ରପଡ଼ା ସାଉଥ୍‌ ସିଟି ବାର ନିକଟ ରାସ୍ତା ଉପରେ ମନୀଷଙ୍କ ସିସିଟିଭି ଫଟୋ ଆସିଛି । ରାତି ୪ଟା ବେଳର ଏହି ଫଟୋ ହୋଇଥିବା ସନ୍ଦେହ କରାଯାଉଛି । ହୋଟେଲରୁ ବାହାରି ମନୀଷ ସାଙ୍ଗଙ୍କ କାର ନିକଟକୁ ଯାଉଥିବା ବେଳର ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ହୋଟେଲ୍‌ରୁ ବାହାରିବା ପରେ ମନୀଷ କୁଆଡ଼େ ଯାଇଥିଲେ ? କେମିତି ହୋଇଥିଲା ମୃତ୍ୟୁ ? ପୋଖରୀ ପାଖକୁ କେମିତି ଗଲେ ମନୀଷ ? ମୃତ୍ୟୁ ପଛରେ ରହିଛି କି ସାଙ୍ଗଙ୍କ ଲିଙ୍କ୍ ? ଶେଷ ଫଟୋରୁ ମନୀଷ ମୃତ୍ୟୁର ସୁରାକ୍‌ ଖୋଜୁଛି ପୋଲିସ ।

 Last Photo Of Manish Das Captured In CCTV

ମନୀଷ ମାମଲାରେ ପୋଲିସ ଦୁଇ ସହଯୋଗୀଙ୍କୁ ଉଠାଇ ନେଇ ଜେରା କରିଛି । ସାଉଥ୍‌ ସିଟି ବାର ମ୍ୟାନେଜରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ଭୋର ୪ଟା ପର୍ଯ୍ୟନ୍ତ କାହିଁକି ହୋଟେଲ ଖୋଲାଥିଲା, ସେନେଇ ତଦନ୍ତ ମଧ୍ୟ କରାଯାଉଛି ।

ମନୀଷଙ୍କ ସାଙ୍ଗ ଚଲାଉଥିବା ଏକ ଧଳା ରଙ୍ଗର କାର ପୋଲିସ ଜବତ କରିଛି । ପାତ୍ରପଡ଼ା ନିକଟରୁ କାରଟିକୁ ଜବତ କରାଯାଇଛି । ଗାଡ଼ିରେ ଥିବା ଖାତା, ଚିପ୍ସ ଜରି, ହାତ ଘଣ୍ଟା ଇତ୍ୟାଦିକୁ ତନ୍ନ ତନ୍ନ କରି ଯାଞ୍ଚ ଚଳାଇଛି ପୋଲିସ । ମନୀଷ ସାଙ୍ଗଙ୍କଠାରୁ କିଛି ଟଙ୍କା ଧାର ନେଇଥିଲେ । ମନୀଷଙ୍କ ମୃତ୍ୟୁ ପଛରେ ଏହା କାରଣ ହୋଇଥିବା ସନ୍ଦେହ କରାଯାଉଛି ।

Leave a Reply