ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ

1 min read

ନନ୍ଦିଘୋଷ ବ୍ୟୁରୋ: ଶନିବାର ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ଶେଷ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୬ ଲୋକସଭା ସମେତ ୪୨ ବିଧାନସଭା ଆସନରେ ନେତା ବାଛିବେ ଜନତା । ୬ ଲୋକସଭା ଯଥା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପାଇଁ ମତଦାନ ହେବ । ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ପାଇଁ ମତଦାନ କରାଯିବ । ଏଥିପାଇଁ ବୁଥ ଅଭିମୁଖେ ଯାଉଛନ୍ତି ପୋଲିଂ ପାର୍ଟି । ଏହି ପର୍ଯ୍ୟାୟରେ ମୋଟ ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଦ୍ଧାରଣ କରିବେ ୯୯ ଲକ୍ଷରୁ ଅଧିକ ଭୋଟର । ୪୨ ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ୩୯୪ ଜଣ ପ୍ରାର୍ଥୀ ରହିଥିବାବେଳେ ୬ ଲୋକସଭା କ୍ଷେତ୍ରରେ ୬୬ ଜଣ ସାଂସଦ ପ୍ରାର୍ଥୀ ରହିଛନ୍ତି ।  ୫୦.୮୮ ଲକ୍ଷ ପୁରୁଷ ଓ ୪୮.୭୨ ଲକ୍ଷ ମହିଳା ଭୋଟରଙ୍କ ସହ ମୋଟ ୯୯.୬୧ ଲକ୍ଷ ଭୋଟର ମତଦାନ ସାବ୍ଯସ୍ତ କରିବେ । ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ରରେ ଭୋଟିଂ ହେବ । ୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ | ୨୦% ଆଦର୍ଶ ବୁଥ ରହିଛି ।  ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସୁରକ୍ଷା ପାଇଁ ଭୋଟ କେନ୍ଦ୍ର ନିକଟରେ  ୧୨୫ କମ୍ପାନୀ CAPF  ମୃତୟନ ହୋଇଛନ୍ତି । ଏଜେଣ୍ଟ ଓ ଭୋଟର ବୁଥକୁ ମୋବାଇଲ ନେଇ ପାରିବେ ନାହିଁ । କେବଳ ପ୍ରିଜାଇଡିଙ୍ଗ ଅଫିସର ମୋବାଇଲ ନେଇପାରିବେ । 2019ରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ 74%  ମତଦାନ ହାର ରହିଥିଲା ।