ଦିନ ୧ଟାରେ ଆରମ୍ଭ ହେବ ଚନ୍ଦ୍ରଗ୍ରହଣ ! ଜାଣନ୍ତୁ ଓଡ଼ିଶାରେ କେଉଁ ସମୟରେ ହେବ ଦୃଶ୍ୟମାନ

ଭୁବନେଶ୍ୱର: ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ  ।  ଦିନ ଗୋଟାଏ ୨ ମିନିଟରେ ଆରମ୍ଭ ହେବ ଚନ୍ଦ୍ରଗ୍ରହଣ  ।  ଦିନ ୩ଟା ୧୨ ମିନିଟରେ ଏହା ସର୍ବାଧିକ ଦୃଶ୍ୟମାନ ହେବ  । ସନ୍ଧ୍ୟା ୫ଟା ୨୩ ମିନିଟରେ ଏହା ଶେଷ ହେବ  । ଓଡିଶାରେ ଦୃଶ୍ୟମାନ ହେଲେବି ଏହା ଖାଲି ଆଖିରେ ଦେଖାଯିବ ନାହିଁ  ।  ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ  ।  ପୃଥିବୀର ଦୁଇ ପ୍ରକାର ଛାୟା ରହିଛି  ।

ପ୍ରଥମଟି ଛାୟା ଯାହା ଏକ ଗାଢ କଳା ରଙ୍ଗର ଛାଇ ଓ ଖାଲି ଆଖିରେ ପରିଷ୍କାର ଦେଖି ହୁଏ  ।  ଦ୍ବିତୀୟଟି ଉପଛାୟା , ଏହା ଏକ ଫିକା କଳା ଛାଇ ଯାହା ଖାଲି ଆଖିରେ ଦେଖିବା କଷ୍ଟକର  ।  ଉପଛାୟା ବଡ ଓ ଅଧିକ ଅଞ୍ଚଳରେ ପଢୁଥିବାବେଳେ ଛାୟାଟି ଛୋଟ ତ୍ରିଭୁଜ ଆକାରର ହୋଇଥାଏ  । ବିଜ୍ଞାନ ଅନୁଯାୟୀ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ  ।

ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଆସନ୍ତା ବର୍ଷ ମେ ୨୬ ତାରିଖରେ ଦେଖାଯିବ  । ଏହା ପୂର୍ବରୁ ୧୦ ଜାନୁଆରୀ, ୫ ଜୁନ, ୫ ଜୁଲାଇରେ ମଧ୍ୟ ଚନ୍ଦ୍ରଗ୍ରହଣ ପଡ଼ିଥିଲା  ।  ସେପଟେ ଚଳିତବର୍ଷର ଶେଷ ସୂର୍ଯ୍ୟ ପରାଗ ଆସନ୍ତା ଡିସେମ୍ବର ୧୪ ତାରିଖରେ ହେବ , କିନ୍ତୁ ତାହା ଭାରତରେ ଦେଖାଯିବ ନାହିଁ  ।

Leave a Reply