ଦିନ ୧ଟାରେ ଆରମ୍ଭ ହେବ ଚନ୍ଦ୍ରଗ୍ରହଣ ! ଜାଣନ୍ତୁ ଓଡ଼ିଶାରେ କେଉଁ ସମୟରେ ହେବ ଦୃଶ୍ୟମାନ
ଭୁବନେଶ୍ୱର: ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଦିନ ଗୋଟାଏ ୨ ମିନିଟରେ ଆରମ୍ଭ ହେବ ଚନ୍ଦ୍ରଗ୍ରହଣ । ଦିନ ୩ଟା ୧୨ ମିନିଟରେ ଏହା ସର୍ବାଧିକ ଦୃଶ୍ୟମାନ ହେବ । ସନ୍ଧ୍ୟା ୫ଟା ୨୩ ମିନିଟରେ ଏହା ଶେଷ ହେବ । ଓଡିଶାରେ ଦୃଶ୍ୟମାନ ହେଲେବି ଏହା ଖାଲି ଆଖିରେ ଦେଖାଯିବ ନାହିଁ । ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ । ପୃଥିବୀର ଦୁଇ ପ୍ରକାର ଛାୟା ରହିଛି ।
ପ୍ରଥମଟି ଛାୟା ଯାହା ଏକ ଗାଢ କଳା ରଙ୍ଗର ଛାଇ ଓ ଖାଲି ଆଖିରେ ପରିଷ୍କାର ଦେଖି ହୁଏ । ଦ୍ବିତୀୟଟି ଉପଛାୟା , ଏହା ଏକ ଫିକା କଳା ଛାଇ ଯାହା ଖାଲି ଆଖିରେ ଦେଖିବା କଷ୍ଟକର । ଉପଛାୟା ବଡ ଓ ଅଧିକ ଅଞ୍ଚଳରେ ପଢୁଥିବାବେଳେ ଛାୟାଟି ଛୋଟ ତ୍ରିଭୁଜ ଆକାରର ହୋଇଥାଏ । ବିଜ୍ଞାନ ଅନୁଯାୟୀ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ।
ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଆସନ୍ତା ବର୍ଷ ମେ ୨୬ ତାରିଖରେ ଦେଖାଯିବ । ଏହା ପୂର୍ବରୁ ୧୦ ଜାନୁଆରୀ, ୫ ଜୁନ, ୫ ଜୁଲାଇରେ ମଧ୍ୟ ଚନ୍ଦ୍ରଗ୍ରହଣ ପଡ଼ିଥିଲା । ସେପଟେ ଚଳିତବର୍ଷର ଶେଷ ସୂର୍ଯ୍ୟ ପରାଗ ଆସନ୍ତା ଡିସେମ୍ବର ୧୪ ତାରିଖରେ ହେବ , କିନ୍ତୁ ତାହା ଭାରତରେ ଦେଖାଯିବ ନାହିଁ ।