କଳାହାଣ୍ଡି ସୀମାରେ ମାଓ ମୁକାବିଲାରେ ସହିଦ୍ ଯବାନଙ୍କୁ ଶେଷ ବିଦାୟ

ବାରିପଦା: ଗାଁ ଖାଲି ଉଠୁଛି ପଡ଼ୁଛି । ଲୋକଙ୍କ ଆଖିରେ ଧାର ଧାର ଲୁହ । ହାତରେ ଜାତୀୟ ପତାକା ଏବଂ ମୁହଁରେ ଅମର ରହେର ସ୍ଳୋଗାନ । କାରଣ ଗାଁକୁ ଲେଉଟିଛି ଗାଁର ବୀର ପୁଅ । ଶତ୍ରୁକୁ ପରାସ୍ତ କରି ଲେଉଟିଛି ଗାଁକୁ । ହେଲେ ସେ ପୁରା ନିସ୍ତବ୍ଦ । ନିସ୍ତବ୍ଦ ଏଥିପାଇଁ ବୀର ପୁଅ ଦେଶ ମାଆ ପାଇଁ ସହିଦ ହୋଇଛି । ଜୀବନ ଦେଇ ଜିତ ହାସଲ କରିଛି  । ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଧୀର କୁମାର ଟୁଡୁଙ୍କ ମରଶରୀର ।

ମୟୂରଭଞ୍ଜ ସାନଭାଦୁଅରେ ସହିଦଙ୍କ ମରଶରୀର ପହଞ୍ଚିବା ପରେ ଅଶ୍ରୁଳ ସ୍ୱାଗତ କରିଛନ୍ତି ସ୍ଥାନୀୟଲୋକେ । ଗାଁ ଶ୍ମଶାନରେ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ କରାଯିବ । ସୋରଡ଼ା ବିଧାୟକ ରାଜକିଶୋର ଦାସ, ସାରସକଣା ବିଧାୟକ ଵୁଢାନ ମୁର୍ମୁ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସେପଟେ ଅନୁଗୁଳର ସହିଦ ଯବାନ ଦେବାଶିଷ ସେଠୀଙ୍କ ସରିଛି ଶେଷକୃତ୍ୟ । ଜନ୍ମମାଟି ରାଜକିଶୋରନଗର ବ୍ଲକର ଅଙ୍ଗପଡା ଠାରେ ଗାର୍ଡ ଅଫ୍ ଅନର ଦେବା ସହ ଶେଷକୃତ୍ୟ କରାଯାଇଛି । ବୀରପୁତ୍ରକୁ ହରାଇ ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ, ଦେଶମାତୃକାର ସେବା ପାଇଁ ଗର୍ବ ଅନୁଭବ କରୁଛି ଜନ୍ମମାଟି । କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ସିର୍କି ଜଙ୍ଗଲରେ ଗୁଳିବିନିମୟରେ ୫ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୨ଜଣ ଏସ୍ଓଜି ଯବାନ ସହିଦ ହୋଇଥିଲେ । ସହିଦ ହୋଇଥିବା ୨ ଜଣ ଯବାନ ହେଲେ ମୟୂରଭଞ୍ଜ ଜିଲ୍ଲାର ସୁଧୀର କୁମାର ଟୁଡୁ ଓ ଅନୁଗୁଳର ଦେବାଶିଷ ସେଠୀ ।

Leave a Reply