ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦିଆଯିବ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ବର: ଶୁକ୍ରବାର ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଆଜି ରାଜଭବନ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ। ଏଥିପାଇଁ ରାଜଭବନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ଆଜି ଅପରାହ୍ନରେ ପ୍ରଫେସର ଗଣେଶୀ ସମ୍ବର୍ଦ୍ଧନା ଦେବେ। ମେ ୨୯ ୨୦୧୮ରେ ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ ତାରିଖ ଦିନ ଭୁବନେଶ୍ବରରେ ପହଞ୍ଚିବେ । ୩୦ ତାରିଖ ଦିନ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ। ୩୧ ତାରିଖରେ ନୂଆ ରାଜ୍ୟାପାଳ ଭାବେ ଦାୟିତ୍ବ ନେବେ ରଘୁବର ଦାସ ।