୨୦୨୦ର ଶେଷ ସୂର୍ଯ୍ୟୋଦୟ, କରୋନା କଟକଣା ପାଇଁ ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରସନ୍‌କୁ ମନା

ଭୁବନେଶ୍ୱର: ଆଜି ୨୦୨୦ର ଶେଷ ସୂର୍ଯ୍ୟୋଦୟ  । କାଲି ବିଶ୍ୱ ଦେଖିବ ୨୦୨୧ର ପ୍ରଥମ ସୂର୍ଯ୍ୟର କିରଣ  । ନୂତନ ବର୍ଷକୁ ନେଇ ପ୍ରତିବର୍ଷ ଗାଁଠୁ ସହର ଯାଏ ଉତ୍ସାହର ପରିବେଶ ଦେଖା ଦେଉଥିଲେ ହେଁ ଚଳିତ ବର୍ଷ କରୋନା କଟକଣା ପାଇଁ ଫିକା ପଡ଼ିଛି ମାହୋଲ। ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେଲିବ୍ରସନ ପାଇଁ କଟକଣା ଜାରି କରିଥିବା ବେଳେ ନୂତନ ବର୍ଷ ପାଇଁ ରାଜ୍ୟର ସମସ୍ତ ଦେବାଦେବୀ ମନ୍ଦିରକୁ ପ୍ରବେଶ ବନ୍ଦ ରହିଛି ।

ସେପଟେ କରୋନା କଟକଣା ପାଇଁ ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରସନ୍‌କୁ ମନା କରାଯାଇଛି। ମୁଖ୍ୟମନ୍ତ୍ରୀ ଏନେଇ କଟକଣା ଜାରି କରିଥିବା ବେଳେ ସମସ୍ତ ଓଡ଼ିଶାବାସୀଙ୍କୁ ନିଜର ପରିବାର ସହ ନୂଆବର୍ଷ ପାଳନ କରିବାକୁ ନିବେଦନ କରିଛନ୍ତି । ଚଳିତ ବର୍ଷ ଅର୍ଥାତ ୨୦୨୦ରେ କରୋନା ସାରା ବିଶ୍ୱକୁ ଦୋହଲାଇ ଦେଇଛି । କରୋନା ସଂକ୍ରମଣରେ ବିଶ୍ୱରେ କୋଟି କୋଟି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ବି ଏକକୋଟିରୁ ଊର୍ଦ୍ଧ୍ୱ ଲୋକ କରୋନା ସଂକ୍ରମଣରେ ଆସିଛନ୍ତି ।

ଏଥିରୁ ବାଦ୍‌ ଯାଇନାହିଁ ଆମ ରାଜ୍ୟ ଓଡ଼ିଶା  । ଓଡ଼ିଶାରେ ୧୮ଶହ ଅତିକ୍ରମ କରିଛି କୋରୋନା ମୃତ୍ୟୁସଂଖ୍ୟା। ଏବଂ କରୋନା ଯୋଗୁ ଭୁଶୁଡ଼ିଛି ଦେଶର ଅର୍ଥନୀତି  । କରୋନାର ପ୍ରଥମ ଲହର ରାଜ୍ୟରେ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା ବେଳେ ଏବେବି କରୋନା କବଳରେ ରହିଛି ଭାରତ  । ତେବେ ୨୦୨୧ରେ ପ୍ରଥମ କରୋନା ଟିକା ଆସିବାକୁ ନେଇ ବେସ ଆଶାବାଦୀ ରହିଛନ୍ତି ଦେଶବାସୀ  ।

Leave a Reply