ସରୁଛି ୧୦ ଦିନର ବାଲିଯାତ୍ରା, ଜମୁଛି ଭିଡ଼

କଟକ: ଶେଷ ଦିନରେ କଟକ ବାଲିଯାତ୍ରା । ଦଶ ଦିନର ଐତିହାସିକ ବାଲିଯାତ୍ରାକୁ ନେଇ ଏଥର ସବୁଠି ଚର୍ଚ୍ଚା । ଦୁଇବର୍ଷ ପରେ ଯାତ୍ରା ହୋଇଥିବାରୁ ପ୍ରତି ସଂଧ୍ୟାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ତେବେ ପଡିଆକୁ ସଫାସୁତୁରା କରିବା ଥିଲା ଚ୍ୟାଲେଞ୍ଜ । ଏଥିରେ ପ୍ରମୁଖ ଭୁମିକା ନେଇଥିଲେ ଛାତ୍ରଛାତ୍ରୀ, ସ୍କାଉଟ୍ ଓ ଗାଇଡ୍, ସିଏମସି ସଫେଇ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ସଂଗଠନ । ଯାତ୍ରାରେ ଚଳିତବର୍ଷ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ କେନ୍ଦୁଝର ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଝୋଟ ତିଆରି ସାମଗ୍ରୀ ।ସମସ୍ତଙ୍କ ମିଳିତ ସହଯୋଗରେ ଚଳିତବର୍ଷ ଆକର୍ଷଣୀୟ ହୋଇଛି କଟକ ଐତିହାସିକ ବାଲିଯାତ୍ରା ।

ଦୁଇବର୍ଷ ପରେ ଯାତ୍ରା ହୋଇଥିବାରୁ ସବୁଦିନ ଦେଖିବାକୁ ମିଳିଛି ଲକ୍ଷାଧିକ ଲୋକଙ୍କ ସମାଗମ । ତେବେ ଯାତ୍ରା ପଡ଼ିଆକୁ ସଫାସୁତରା କରିବା ଥିଲା ବଡ଼ ଚ୍ୟାଲେଞ୍ଜ । ଯାହାକୁ କୁନିକୁନି ଛାତ୍ରଛାତ୍ରୀ, ସ୍କାଉଟ ଓ ଗାଇଡ୍, ସିଏମସି ସଫେଇ କର୍ମଚାରୀ ଓ ସ୍ବଚ୍ଛାସେବୀ ସଂଗଠନ ସୂଚାର ରୂପେ ସମ୍ପାଦନ କରି ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି ।

ଚଳିତବର୍ଷର ଯାତ୍ରାରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ଓରମାସ ଷ୍ଟଲ । ଜାତୀୟ ସ୍ତରୀୟ ପଳିଶ୍ରୀ ମେଳାରେ କେନ୍ଦୁଝର ହାଟଡିହି ବ୍ଲକ ମରେଇଗାଁ ସତ୍ୟସାଇ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ଥର ପାଇଁ ମେଳାରେ ସାମିଲ ହୋଇଥିଲେ । ସେମାନଙ୍କ ଝୋଟ ତିଆରି ଆସନ, ବେଡ୍‌ସିଟ, ମ୍ୟାଟ୍, ଘରସଜ୍ଜା ଜିନିଷକୁ ଲୋକେ ପସନ୍ଦ କରିଥିଲେ । ସବୁଠାରୁ ବଡ଼କଥା ହେଲା ତାଲପଟା, ବାଉଁସ ଓ ଶାଳ କାଠରେ ଦଉଡ଼ି ଲଗାଇ ଷ୍ଟଲରେ ସମସ୍ତଙ୍କ ସାମ୍ନାରେ ତିଆରି କରୁଛନ୍ତି ଏସବୁ ସାମଗ୍ରୀ । ଏହି ଝୋଟ ସାମଗ୍ରୀ ବେଶ୍ ସୁନ୍ଦର ଓ ମଜବୁତ୍ ଓ ପକେଟରୁ ସୁହାଇଥିବାରୁ ବିକ୍ରିବଟା ମଧ୍ୟ ଭଲ ହୋଇଛି ।