ପୁଣି ବଢ଼ିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଅବଧି

1 min read
Last Date For Income Tax Return Filing Extended Again To 31st December 2021

ନୂଆଦିଲ୍ଲୀ: କରଦାତାଙ୍କୁ ଆଶ୍ୱସ୍ତି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ତାରିଖକୁ ପୁଣି ବଢ଼ାଇଛନ୍ତି । ଆୟକର ବିଭାଗର ଟ୍ୱିଟ୍ ଅନୁସାରେ, ଭିନ୍ନ ଭିନ୍ନ ପ୍ରକାର ଅଡିଟ୍ ରିପୋର୍ଟ ଦାଖଲ ପାଇଁ ଶେଷ ତାରିଖକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ ଆୟକର ରିଟର୍ଣ୍ଣ ତାରିଖ ସେପ୍ଟେମ୍ବର ୩୦ ଥିବାବେଳେ ଏହାକୁ ୨୦୨୧ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି ।

ସେହିଭଳି ଆୟକର ଆଇନ୍ ଅନୁସାରେ, ଅଡିଟ୍ ରିପୋର୍ଟ ଜମା ତାରିଖକୁ ପୂର୍ବରୁ ଅକ୍ଟୋବର ୩୧ ଯାଏ ବୃଦ୍ଧି ହୋଇଥିଲା । ଏବେ ଏହାକୁ ୨୦୨୨ ଜାନୁଆରୀ ୧୫ ଯାଏଁ ବଢ଼ାଇ ଦିଆଯାଇଛି । ଅର୍ଥ ମନ୍ତ୍ରଣାଳୟ ଅନୁସାରେ, ଆୟକର ରିଟର୍ଣ୍ଣ ଓ ବିଭିନ୍ନ ଅଡିଟ୍ ରିପୋର୍ଟ ଦାଖଲ କରୁଥିବା କରଦାତାଙ୍କ ଅସୁବିଧାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି ।

Last Date For Income Tax Return Filing Extended Again To 31st December 2021

ଜୁନ୍ ୭ରେ ଆୟକର ବିଭାଗ ତାର ନୂଆ ପୋର୍ଟାଲ ଆରମ୍ଭ କରିଥିଲା । ସେବେଠାରୁ ଏହାକୁ ନେଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ନୂଆ ପୋର୍ଟାଲର ସମସ୍ୟାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଇନଫୋସିସ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Leave a Reply