ଏହି ବୋଲର, ଯିଏ ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାରିୟରର ଅନ୍ତିମ ବଲରେ ନେଇଛନ୍ତି ଓ୍ବିକେଟ

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରତ୍ୟୋକ ଖେଳାଳି ନିଜ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଅହରହ ପ୍ରୟାସ କରିଥାନ୍ତି । ବ୍ୟାଟ୍ସମ୍ୟାନମାନଙ୍କୁ ଆଉଟ କରିବା ପାଇଁ ବୋଲରମାନେ ବିଭିନ୍ନ ପନ୍ଥାମାନ ଆପଣାଇଥାନ୍ତି । ତେବେ ଏମିତି ୪ ଜଣ ବୋଲର ଅଛନ୍ତି ଯେଉଁମାନେ ନିଜର କ୍ୟାରିୟରରେ ଦମଦାର ପ୍ରଦର୍ଶନ କରି କ୍ରିଡ଼ାପ୍ରେମୀଙ୍କ ମନ ଜିଣିଥିବାବେଳେ ଶେଷ ଆନ୍ତର୍ଜାତୀୟ ମ୍ୟାଚର ଶେଷ ବଲରେ ଓ୍ବିକେଟ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଯାହାକି ପ୍ରତ୍ୟୋକ କ୍ରିକେଟରଙ୍କ ଏକ ବଡ଼ ସ୍ବପ୍ନ ରହିଥାଏ ।

ମୁଥୟା ମୁରଲିଧରନ : ବିଶ୍ବ କ୍ରିକେଟର ଜଣାଶୁଣା ବୋଲରଙ୍କ ମଧ୍ୟରେ ମୁଲରିଧରନଙ୍କ ନାମ ସବୁବେଳେ ଆଗରେ ଆସିଥାଏ । ଟେଷ୍ଟ କ୍ରିକେଟରେ ୮୦୦ ଓ୍ବିକେଟ ଅକ୍ତିଆର କରିଥିବା ମୁରଲିଧରନ କ୍ୟାରିୟର ଶେଷ ମ୍ୟାଚର ଶେଷ ବଲର ଭାରତର ପ୍ରଜ୍ଞାନ ଓଝାଙ୍କୁ ଆଉଟ୍ କରିଥିଲେ ।

ଗ୍ରେନ୍ ମ୍ୟାକଗ୍ରାଥ : ସଠିକ୍ ଲାଇନ ଏବଂ ସ୍ପିଡ୍ ପାଇଁ ବେଶ ଜଣାଶୁଣା ଅଷ୍ଟ୍ରେଲିୟ କ୍ରିକେଟର ଗ୍ରେନ୍ ମ୍ୟାକଗ୍ରାଥ ନିଜର କ୍ୟାରିୟରରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ପାଣି ପିଆଇ ଦେଇଛନ୍ତି । ବହୁ ଦିଗଜ ଖେଳାଳିଙ୍କ ଧୂଳି ଚଟାଇଥିବା ଏହି ପୂର୍ବତନ ଦୃତ ବୋଲର ଅନ୍ତିମ ବଲରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କୁ ଆଉଟ୍ କରିଥିଲେ ।

ରିଚାର୍ଡ ହାଡଲେ : ରିଚାର୍ଡ ହାଡଲେଙ୍କୁ ଦୁନିଆର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଗଣାଯାଏ । ଟେଷ୍ଟ କ୍ରିକେଟରେ ବୋଲିଂର ଏକ ଜବରଦସ୍ତ ଉଦାହରଣ ରିଚାର୍ଡ ହାଡଲେ ଉପସ୍ଥାପନ କରିଥିଲେ। ସେ ୮୬ଟି ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ପାଇଁ 431 ୱିକେଟ୍ ନେଇଥିଲେ। ତାଙ୍କ ନାମରେ ଅଧିକାଂଶ ୱିକେଟ୍ ନେଇଥିବା ରେକର୍ଡ ଥିଲା, ଯାହା ପରେ ଭାରତର କପିଲ ଦେବଙ୍କ ଦ୍ୱାରା ଭାଙ୍ଗି ଯାଇଥିଲା। ହାଡଲେ ତାଙ୍କ କ୍ୟାରିୟରର ଶେଷ ବଲକୁ ଇଂଲଣ୍ଡର ଡି ମଲକମ୍ଙ୍କୁ ବୋଲିଂ କରିଥିଲେ, ଯେଉଁଥିରେ ସେ ୱିକେଟ୍ ପାଇଥିଲେ।

ଲସିଥ ମଲିଙ୍ଗା: ଘାତକ ବୋଲରଭାବେ ଜଣାଶୁଣା ସିଂହଳି ବୋଲର ଲସିଥ ମଲିଙ୍ଗାଙ୍କୁ କିଏ ବା ନଜାଣେ । ୨୦୧୯ ବିଶ୍ବକପରେ ଭାରତକୁ ପ୍ରଥମରୁ ଯେଭଳି ଚିନ୍ତାରେ ପକାଇଥିଲେ ତାହା କାହାକୁ ବା ଅଜଣା । ତାଙ୍କ ହେୟାର ଷ୍ଟାଇଲ ଏବଂ ବୋଲିଂ ଆକ୍ସନ ସମସ୍ତଙ୍କଠାରୁ ଭିନ୍ନ । ଯାହାକି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇଛି । ତେବେ ମାଲିଙ୍ଗା ତାଙ୍କ ODI କ୍ୟାରିୟରର ଶେଷ ବଲରେ ବାଂଲାଦେଶର ମୁସ୍ତାଫିଜୁର ରହମାନଙ୍କ ୱିକେଟ୍ ନେଇଥିଲେ। ଲସିଥ ମାଲିଙ୍ଗା ଏପରି ଜଣେ ବୋଲର ଯିଏ ODI ରେ ଚାରି ବଲରେ ଚାରି ୱିକେଟ୍ ନେଇଛନ୍ତି।