ନିଲାମ ହେବାକୁ ଯାଉଛି ଚାନ୍ଦର କିଛି ଖଣ୍ଡ: ଖର୍ଚ୍ଚ କରିବାକୁ ପଡ଼ିବ ମାତ୍ର ଏତିକି ଟଙ୍କା
1 min readନୂଆଦିଲ୍ଲୀ: ଆପଣ ଆପଣଙ୍କ ପ୍ରିୟଜନଙ୍କୁ ଉପହାରରେ ଚାନ୍ଦ ଦେବାକୁ ଚାହୁଁଛନ୍ତି କି ? ଯଦି ଆପଣ ତାହା ଚାହୁଁଛନ୍ତି ତ ଏଥିପାଇଁ ଆପଣଙ୍କ ପାଖରେ ବେଶ୍ କିଛି ଟଙ୍କା ଥିବା ଦରକାର। ଲଣ୍ଡନରେ ଜହ୍ନର ଏକ ଖଣ୍ଡ ନିଲାମ ହେବାକୁ ଯାଉଛି । ଯଦି ଆପଣଙ୍କ ପାଖରେ ସେତିକି ଅର୍ଥ ଅଛି ତେବେ ଆପଣ ଯାଇ ତାକୁ କିଣି ଆଣିପାରିବେ । ଆସନ୍ତୁ ଜାଣିବା ଚାନ୍ଦର ଏହି ସୁନ୍ଦର ଖଣ୍ଡ ବା ପଥର ବିଷୟରେ ।
ବୈଜ୍ଞାନିକମାନଙ୍କ ଅନୁସାରେ ଚାନ୍ଦର ଏହି ଖଣ୍ଡଟି ଉତ୍ପତି ସେତେବେଳେ ହୋଇଥିବ ଯେତେବେଳେ କୌଣସି ଏକ ଧୁମକେତୁ କିମ୍ବା ଉଲକାପିଣ୍ଡ ସହ ଚାନ୍ଦର ଧକ୍କା ହୋଇଛି । ଏହାପରେ ଚାନ୍ଦର ଏହି ଅଂଶ ଅନ୍ତରୀକ୍ଷରୁ ତୀବ୍ର ଗତିରେ ବାହରିଯାଇଥିବ । ଯାହାଫଳରେ ଏହି ଖଣ୍ଡଟି ଦ୍ରୁତ ଗତିରେ ଆସି ଆଫ୍ରିକାର ମରୁଭୂମିରେ ପଡ଼ିଥିବ । ଚନ୍ଦ୍ରମାର ଏହି ଖଣ୍ଡଟିର ଓଜନ ପ୍ରାୟ ୧୩.୫କିଲୋଗ୍ରାମର । ଏହାର ନିଲାମ ବ୍ରିଟିସର ନିଲାମଘର କ୍ରିଷ୍ଟି କରାଯାଉଛି । ନିଲାମର ପ୍ରାରମ୍ଭିକ ମୁଲ୍ୟ ୨.୫ମିଲିୟନ ଡଲାର ଅର୍ଥାତ୍ ୧୯ କୋଟି ଟଙ୍କା ରହିଛି ।
ଏହି ଖଣ୍ଡଟିର ନାଁ ରହିଛି NWA ୧୨୬୯୧ । ଏହା ପୃଥିବୀରୁ ମିଳିଥିବା ପଞ୍ଚମ ବଡ଼ ଖଣ୍ଡ । ପୃଥିବୀରେ ସମୁଦାୟ ୬୫୦କି.ଗ୍ରାର ଚନ୍ଦ୍ରମାର ଖଣ୍ଡ ରହିଛି । ଯେଉଁଥିର NWA ୧୨୬୯୧ ମଧ୍ୟ ସାମିଲ ରହିଛି । ଚାନ୍ଦର ଏହି ଖଣ୍ଡଟ ମରୁଭୂମିର ଆଲଜେରିଆରେ ପଡ଼ିଥିଲା ।
ଚନ୍ଦ୍ରମାର ଖଣ୍ଡ NWA ୧୨୬୯୧ର ଆକାର ଫୁଟବଲ ଭଳି । କ୍ରିଷ୍ଟୀର ବୈଜ୍ଞାନିକ ଏବଂ ପ୍ରାକୃତିକ ଇତିହାସର ପ୍ରମୁଖ ଜେମ୍ସ ହିସଲୋପ କହିଛନ୍ତି ଯେ, ଆପଣଙ୍କ ହାତରେ ଏମିତି ଏକ ପଥର ରଖିବାର ସୁଯୋଗ ରହିଛି ଯାହା ଆପଣଙ୍କ ପାଖରେ ଥିଲେ ଆପଣ ତାହାକୁ କେବେ ବି ଭୁଲିପାରିବେ ନାହିଁ ।
ଜେମ୍ସ କହିଛନ୍ତି ଯେ, ଏହା ଚନ୍ଦ୍ରମାର ଏକ ବାସ୍ତବିକ ଖଣ୍ଡ । ଏହା ମଣିଷର ମୁଣ୍ଡଠାରୁ ଟିକେ ବଡ଼ । ଏହି ଖଣ୍ଡଟି ଅନ୍ତରୀକ୍ଷ ଇତିହାସ ବା ମୁନ୍ ଏକ୍ସପ୍ଲୋରେସନନେ ଋଚି ରଖୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଅଦ୍ଭୁତ ସଂଗ୍ରହଣୀୟ ବସ୍ତୁ ହେବ ।
ଏବେ ପର୍ଯ୍ୟନ୍ତ ୩୦ରୁ ଅଧିକ ଚାନ୍ଦର ଖଣ୍ଡ ମିଳି ପାରିଛି । ଏଥିମଧ୍ୟରୁ ଅଧିକାଂଶ ଖଣ୍ଡ ଗୁଡ଼ିକୁ ପରୀକ୍ଷଣ କରାଯାଇ ଏହା ଚାନ୍ଦର ଖଣ୍ଡ ବୋଲି ସ୍ପଷ୍ଟ କରାଯାଇଛି । ଆମେରିକାର ସ୍ପେସ୍ ଏଜେନ୍ସି NASAର ଆପୋଲୋ ମିଶନ ଦ୍ୱାରା ଚନ୍ଦ୍ରମା ଠାରୁ ଅଣା ଯାଇଥିବା ପଥରଠାରୁ ଅଲଗା ଏବଂ ଓଜନଦାର ରହିଛି ।
କୁହାଯାଉଛି କି ଯେଉଁ ଉଲକାପିଣ୍ଡ ବା ଚାନ୍ଦର ଖଣ୍ଡ ପୃଥିବୀର ମରୁଭୂମିରେ ପଡ଼ିଛିତ ତାହା ୨୬ ହଜାର କିଲୋଗ୍ରାମର ଥିଲା । ଏହାର କିଛି ଅଂଶ ସହାରା ସହ କାଲହାରି ମରୁଭୂମି ପର୍ଯ୍ୟନ୍ତ ପହଞ୍ଚିଥିଲା ।