ଲାଞ୍ଜିଗଡ଼ରେ ହାତୀ ଉତ୍ପାତ: ଘରେ ପଶି ଆସବାବପତ୍ର ଭାଙ୍ଗିଲେ

କଳାହାଣ୍ଡି: ଲାଞ୍ଜିଗଡ ବ୍ଳକର ଛତ୍ରପୁର ପଞ୍ଚାୟତ ମସ୍କାପଦର ଗାଁରେ ହାତୀ ଆତଙ୍କ । କଲୋନୀ ପଡ଼ାର ଲିଙ୍ଗରାଜ ମାଝୀ ଓ ଖଜୁରପଦର ଗାଁର ସୁବର୍ଣ୍ଣ ମାଝୀ, ମେଣ୍ଡି ମାଝୀଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ହାତୀଙ୍କ ଉତ୍ପାତ । ହାତୀପଲ ପଶି ସେମାନଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଆସବାବ ପତ୍ର ଓ ଧାନ ଚାଉଳ ନଷ୍ଟ କରିଦେଇଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ବିଡ଼ିଓ ଜାଣିବା ପରେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ଚାଉଲ ଯୋଗାଇ ଦିଆଯିବ ବୋଲି କହିବା ସହ ପାଇଁ ତହସିଲଦାର ପଲିଥିନ ଓ ବନ ବିଭାଗ ପକ୍ଷରୁ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି ।