ରତ୍ନ ପଥର ଚୋରା ଖନନ ବେଳେ ଅଘଟଣ, ମାଟି ଅତଡ଼ା ଖସି ୩ ଜଣଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଗୁଲମୀ ଗାଁ ନିକଟରେ ବଡ଼ ଅଘଟଣ ଘଟିଛି । ମାଟି ଅତଡ଼ା ଖସି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରତ୍ନ ପଥର ଚୋରା ଖନନ ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ମାଟି ତଳେ ଦବି ଯାଇଛନ୍ତି ତିନି ଜଣ ଶ୍ରମିକ । ଗାଁ ନିକଟ ଜଙ୍ଗଲରେ ଥିବା ଏକ ମାଇନ୍ସରେ କାମ କରୁଥିବା ବେଳେ ମାଟି ଅତଡ଼ା ଖସିଥିବା ସୂଚନା ମିଳିଛି ।
ଘଞ୍ଚ ଜଙ୍ଗଲ ଭିତରେ ବେଆଇନ୍ ଭାବେ ଖନନ୍ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରାୟ ୧୦ ଫୁଟ୍ ତଳକୁ ମାଟି ଅତଡ଼ା ଖସି ପଡ଼ିଛି । ତେବେ ଏ ଖନନ କାର୍ଯ୍ୟରେ କେତେ ଶ୍ରମିକ ନିୟୋଜିତ ଥିଲେ, କିଏ ଠିକାଦାର ଜଣାପଡ଼ିନାହିଁ ।