ଲଗାଣ ବର୍ଷା ଯୋଗୁ ଦେବୀନଗର ନିକଟରେ ଧସିଲା ପାହାଡ଼ ; ଯାତାୟତ ଠପ୍
1 min read
ନନ୍ଦିଘୋଷ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ଦେବୀନଗର ନିକଟରେ ଧସିଲା ପାହାଡ଼। ଛେଣ୍ଡିପଦା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପାତ୍ରପଡ଼ା ମା ବାୟାଣୀ ପୀଠରୁ ହଣ୍ଡପାର ଅନୁଗୋଳ- ସମ୍ବଲପୁର ୫୫ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଉପରେ ଦେବୀ ନଗର ପାହାଡ଼ରେ ଭୂସ୍ଖଳନ ଯୋଗୁଁ ବାୟାଣୀ ପୀଠ ନିକଟସ୍ଥ ରାସ୍ତାରେ ଯାତାୟତ ଠପ ହୋଇଛି ।
ଏହି ରାସ୍ତା କିଶୋରନଗର ଓ ଆଠମଲ୍ଲିକ ଅଞ୍ଚଳକୁ ସଂଯୋଗ କରୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ତିନିଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ଗତକାଲି ହୋଇଥିବା ବାଦଲଫଟା ବର୍ଷା ଯୋଗୁଁ ଫାକ୍ସନ ନିକଟରେ ଦେବୀନଗର ପାହାଡ଼ରୁ ଅତଡ଼ା ଖସି ରାସ୍ତା ଉପରେ ୫ ଫୁଟ୍ ଉଚ୍ଚର ମାଟି ଜମା ହୋଇଛି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ଵରୁ ଯାତାୟାତ ବନ୍ଦ ହୋଇଯାଇଛି। ତୁରନ୍ତ ରାସ୍ତାରୁ ମାଟି ବାହାର କରି ମରାମତି କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।