୨୪ ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ଜମି

1 min read

ଭୁବନେଶ୍ବର: ଓଡିଶାରେ ୨୪ଟି ଜିଲ୍ଲାରେ ରହିଛି ମହାପ୍ରଭୁ ଜଗନ୍ନାଥଙ୍କ ଜମି । ବନ୍ଦୋବସ୍ତ ରେକର୍ଡକୁ ଭିଭି କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୬୦ ହଜାର ୪୨୬.୯୪୩ ଏକର ପରିମିତ ଭୂ-ସମ୍ପରି ରହିଥିବା ତଥ୍ୟ ମିଳିଛି । ଏଥିମଧ୍ୟରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ୩୫ ହଜାର ୩୨୧.୪୩୩ ଏକର ପରିମିତ ଭୂସମ୍ପତ୍ତି ରେକର୍ଡ ଭୁକ୍ତ ହୋଇଛି । ସେହିପରି ଅନ୍ୟ ୬ ରାଜ୍ୟରେ ସମୁଦାୟ ୩୯୫.୨୫୨ ଏକର ପରିମିତ ଜମି ରହିଥିବାର ତଥ୍ୟ ସଂଗ୍ରହ କରାଯାଇଛି ।

ବିନା କାଗଜପତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ଜମିକୁ ବେଆଇନ ଭାବେ ବିନା ରେକର୍ଡରେ ଜବରଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କ ସରଜମିନ ତଦନ୍ତ ସହ ଚିହ୍ନଟ କରାଯାଇଛି । ସମ୍ପୃକ୍ତ ଅବରୋଧକାରୀଙ୍କ ବିରୋଧରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରା 16-A ୧ ଅନୁଯାୟୀ ସମ୍ପୃକ୍ତ ତହସିଲଦାରଙ୍କ ଦ୍ଵାରା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅବରୋଧ ମୋକଦ୍ଦମା ରୁଜୁ କରାଯାଇଛି । ଏହାସହ ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଲଘୁ ଖଣିଜ ସମ୍ପତ୍ତି ରହିଛି । ରାଜ୍ୟ ଭିତରେ ଥିବା ସବୁ ପ୍ରକାରର ଭୂ-ସମ୍ପତ୍ତିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୩୩ କୋଟି ୦୨ ଲକ୍ଷ ୩୬ ହଜାର ୪୦୦ ଟଙ୍କା ମିଳିଛି । ରାଜ୍ୟ ବାହାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଥିବା ଭୂ-ସମ୍ପତ୍ତିରୁ କୌଣସି ରାଜସ୍ବ ଆଦାୟ ହେଉନାହିଁ ।