କୁମ୍ବି ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଦୁଇ ଯବାନ ଆହତ

ବାଲିଗୁଡ଼ା: କମ୍ବିଂ ଅପରେସନ ବେଳେ ଅଘଟଣ । ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଏସ୍ଓଜି ଯବାନ୍ ଆହତ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟସ୍ଥ ଟେକେଲାମିଲା ଜଙ୍ଗଲରେ କୁମ୍ବିଂ ଅପରେସନ ଘଟିଛି ଏଭଳି ଅଘଟଣ ।

ଏସଓଜି ଯବାନ୍ ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ମାଓବାଦୀମାନେ ପୂର୍ବରୁ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ଏସଓଜି ଯବାନଙ୍କର ଆଖିରେ ଆଘାତ ଲାଗିଥିବା ବେଳେ, ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି ।