ବାଲେଷ୍ଟିକ ମିସାଇଲ K-15 ଲ୍ୟାଣ୍ଡ ଭର୍ସନର ବ୍ୟବାହାରିକ ପରୀକ୍ଷଣ

1 min read
Land Version Of Ballistic Missile K-15 Tested

ବାଲେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବାଲେଷ୍ଟିକ ମିସାଇଲ K-15 ଲ୍ୟାଣ୍ଡ ଭର୍ସନର ବ୍ୟବାହାରିକ ପରୀକ୍ଷଣ । ଦିନ ୧୨ଟା ୧୦ରେ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୪ ନମ୍ବର ଲଞ୍ଚପ୍ୟାଡରୁ ମିସାଇଲର ପରୀକ୍ଷଣ କରାଯାଇଛି । ଉତକ୍ଷେପଣ ପରେ ରାଡ଼ାର ମାଧ୍ୟମରେ ମିଳିଥିବା ତଥ୍ୟକୁ ବୈଜ୍ଞାନିକ ମାନେ ସମୀକ୍ଷା କରୁଛନ୍ତି । ତେବେ ଆଜି ପଞ୍ଚମ ଥର ପାଇଁ ମିସାଇଲର ପରୀକ୍ଷଣ କରାଯାଇଥିବା ବେଳେ ପ୍ରଥମଥର ପାଇଁ ସ୍ଥଳପଥରୁ ଉତକ୍ଷେପଣ କରାଯାଇଛି ।

Land Version Of Ballistic Missile K-15 Tested
FILE

ପୂର୍ବରୁ ମିସାଇଲକୁ ବୁଡ଼ା ଜାହାଜ ଅରିହଣ୍ଟରୁ ଉତକ୍ଷେପଣ କରାଯାଉଥିଲା । ୨୦୧୧ରେ ଏହି କ୍ଷେପଣାସ୍ତ୍ର ସ୍ଥଳସେନାରେ ସାମିଲ ହୋଇଥିଲା । ଏହାର ଓଜନ ୧୭ଟନ୍‌ ଥିବାବେଳେ ଲମ୍ବ ୧୨ ମିଟର ଓ ମୋଟେଇ ୦.୮ ମିଟର ରହିଛି । ଏଥିରେ ୨ ଟନ୍‌ ଓଜନର ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । K-15 ମିସାଇଲ ୩ ହଜାରରୁ ସାଢେ ୩ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି ।

Leave a Reply