spot_img

Latest Posts

କରୋନା କାଳରେ ଆଶ୍ୱସ୍ତି: ଜମିଜମା ମୂଲ୍ୟାୟନ ରହିଲା ଅପରିବର୍ତ୍ତିତ

ଭୁବନେଶ୍ୱର: ରାଜ୍ୟରେ ଜମିଜମା ତଥା ସ୍ଥାବର ସମ୍ପତ୍ତି ମୂଳ୍ୟାୟନକୁ ଅପରିବର୍ତ୍ତିତ ରଖାଯାଇଛି। ଅର୍ଥାତ୍ ୨୦୨୧-୨୨ ଆର୍ଥିକ ବର୍ଷରେ ଯେଉଁ ଜମିବାଡ଼ି ବା ସ୍ଥାବର ସମ୍ପତ୍ତିର ବିକ୍ରି ବା ଦଲିଲ ହେବ ସେଥି ନେଇ ନୂଆ ଟିକସ ବସିବ ନାହିଁ। ପୁରୁଣା ବର୍ଷର ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ ଜମିବାଡ଼ି ପଞ୍ଜିକରଣ ହେବ। ମୁଖ୍ୟମନ୍ତ୍ରୀଙ୍କ ଆଦେଶକ୍ରମେ ରାଜ୍ୟ ପଞ୍ଜିକରଣ ମହାନୀରିକ୍ଷକ ଏହା ସ୍ପଷ୍ଟ କରିଛନ୍ତି।

ରାଜସ୍ୱ ପାର୍ଷଦଙ୍କ ପକ୍ଷରୁ ପ୍ରକାଶିତ ଏକ ଚିଠିରେ କୁହାଯାଇଛି ଯେ, ଯେଉଁଭଳି ଭାବେ କୋଭିଡ୍ ସଂକ୍ରମଣ ଦେଖାଦେଇଛି ସେଥିରୁ ଲୋକଙ୍କୁ ସାମୟିକ ଆଶ୍ୱସ୍ତି ଦେବା ଲାଗି ସରକାର ଏପରି ଏକ ବର୍ଷିଆ ମୋରାଟୋରିୟମ୍ ଘୋଷଣା କରିଛନ୍ତି। ଏହି ଚିଠିରେ ପଞ୍ଜିକରଣ ମହାନିରୀକ୍ଷକ ଅଞ୍ଜନକୁମାର ମାନିକ୍ କହିଛନ୍ତି, କୋଭିଡ୍ର ଦ୍ୱିତୀୟ ପ୍ରବାହକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ଅନେକ ପ୍ରତିଶେଧକମୂଳକ ପଦକ୍ଷେପ ନେଇଛନ୍ତି।

ବିଭିନ୍ନ ସ୍ଥାନରେ ଅଯଥା ଗହଳିକୁ ରୋକିବା ଲାଗି ଲୋକଙ୍କୁ ବାରଣ କରାଯାଉଛି। ଏ କ୍ଷେତ୍ରରେ ଲୋକଙ୍କୁ ଜମିବାଡ଼ି ପଞ୍ଜିକରଣ ମୂଲ୍ୟ ବଢ଼ିବଯିବ ବୋଲି ଆଶଙ୍କାଗ୍ରସ୍ତ ହେବା ଅନୁଚିତ। ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମାନିକ୍ ଜଣାଇଛନ୍ତି।

Latest Posts

Don't Miss