ପାହାଡରୁ ଖସିଲା ବଡ଼ ପଥର, ଯାତାୟତ ବାଧାପ୍ରାପ୍ତ

1 min read

ଅତ୍ୟଧିକ ବର୍ଷା କାରଣରୁ ପାହାଡରୁ ବିଶାଳ ପଥର ଖଣ୍ଡ ଧସିଛି । ଦୁଇଦିନ ଧରି ଗୁଣୁପୁରରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିଛି । ପାହାଡରୁ ମାଟି ଖସିବା ସହ ବଡ଼ ବଡ଼ ପଥର ଖଣ୍ଡ ଧସି ରାସ୍ତା ଉପର ଜାମ ହୋଇଛି ।  ତେବେ ଏଥିରେ କେହି ଆହତ ହୋଇନାହାନ୍ତି । ରାସ୍ତା ଉପରେ ପଥର ପଡିଯିବାରୁ ଗାଁ ଲୋକେ ଯାତାୟତ କରିପାରୁନାହାନ୍ତି । ଅନ୍ୟପଟେ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ଜଗନ୍ନାଥପୁର ଅସ୍ଥାୟୀ ପୋଲ ଉପରେ ୨ ଫୁଟର ପାଣି ଚାଲିଛି । ଯାହାଫଳରେ ଅନ୍ୟପଟେ ଗୁଣୁପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ରହିଛି । ')}

Leave a Reply