‘ବାପାଙ୍କର କିଛି ହେଲେ ଦିଲ୍ଲୀ ଚୌକି ଦୋହଲାଇ ଦେବି’

1 min read

ନୂଆଦିଲ୍ଲୀ: ରେଳବାଇରେ ଚାକିରି ବଦଳରେ ଜମି ଦେବା ମାମଲାରେ ଦିଲ୍ଲୀରେ ଲାଲୁ ଯାଦବଙ୍କୁ ସିବିଆଇର ପଚରାଉଚରା ଶେଷ ହୋଇଛି । ସିବିଆଇ ଟିମ୍ ଲାଲୁଙ୍କ ଝିଅ ମିସା ଭାରତୀଙ୍କ ଘରେ ୩ ଘଣ୍ଟା ପଚରାଉଚରା କରିଥିଲା। ସିବିଆଇ ଟିମ୍ ପଚରାଉଚରା କରି ଯିବା ପରେ ଝିଅ ରୋହିଣୀ ଆଚାର୍ଯ୍ୟ ଏକ ପ୍ରକାର ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ମୋ ବାପାଙ୍କୁ ହଇରାଣ କରାଯାଉଛି, ଯଦି ବାପାଙ୍କୁ କିଛି ହୁଏ, ତାହାଲେ ଦିଲ୍ଲୀର ଚୌକି ଦୋହଲାଇ ଦେବି ।

ରୋହିଣୀ ଟ୍ବିଟ କରି କହିଛନ୍ତି, ମୋ ବାପାଙ୍କୁ ଲଗାତାର ହଇରାଣ କରାଯାଉଛି । ତାଙ୍କୁ ଯଦି କିଛି ହୁଏ ତାହାଲେ ମୁଁ ଛାଡ଼ିବି ନାହିଁ । ସମୟ ବଡ଼ ବଳବାନ । ତାଙ୍କୁ ଯଦି କିଛି ହୁଏ ତାହାଲେ ଦିଲ୍ଲୀର ଚୌକି ଦେହଲାଇ ଦେବି । ଏବେ ବରଦାସ୍ତ କରିବା ସୀମା ଟପି ଯାଇଛି ।

ସିଙ୍ଗାପୁରରୁ କିଡନୀ ପ୍ରତିରୋପଣ ପରେ ଲାଲୁ ଦିଲ୍ଲୀର ମିସା ଭାରତୀଙ୍କ ବାସଭବନରେ ରହୁଛନ୍ତି। ଦିନେ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କୁ ପାଟନାରେ ଥିବା ତାଙ୍କ ବାସଭବନରେ ସିବିଆଇ ପଚରାଉଚରା କରିଥିଲା। ଏହି ସମୟରେ ତାଙ୍କୁ ୪୮ ଟି ପ୍ରଶ୍ନ ପଚରାଯାଇଥିଲା ।

ଲାଲୁ ଯାଦବ ୨୦୦୪ରୁ ୨୦୦୯ ମସିହା ଯାଏ ରେଳବାଇ ମନ୍ତ୍ରୀ ଥିଲେ ।  ଏହି ସମୟରେ ଲାଞ୍ଚ ନେଇ ଚାକିରି ଦେଇଥିଲେ । ନିଜ ପରିବାର ଲୋକଙ୍କ ନାଁରେ ଜମି ଅଦଳବଦଳ କରି ଗ୍ରୁପ-ଡି ଚାକିରି ଦେଇଥିଲେ ।  ଏହି ଅଭିଯୋଗ ପରେ ସିବିଆଇ ଲାଲୁ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଏଫଆଇଆର ରୁଜୁ କରିଛି । ଲ୍ୟାଣ୍ଡ ଫର୍ ଜବ୍ ସ୍କାମରେ ଲାଲୁ ଏବଂ ରାବଡି ଦେବୀଙ୍କ ସମେତ ୧୪ ଜଣଙ୍କୁ ସମନ କରିଥିଲା ।