ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀକ୍ଷେତ୍ରେର ପୁଣି ଜମି ଅଧିଗ୍ରହଣ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପୁରୀରେ ପୁଣି ଆରମ୍ଭ ହୋଇଛି ଜମି ଅଧିଗ୍ରହଣ କାର୍ଯ୍ୟ । ୭୫ ମିଟର ସୁରକ୍ଷା ବଳୟ ଭିତରେ ଆସୁଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଆଜି ସକାଳୁ ଭଙ୍ଗା ଯାଉଛି ।

ମଠର ୮ରୁ ୯ମିଟର ଜାଗା ଅଧିଗ୍ରହଣ କରାଯାଉଛି । ସେ ମଧ୍ୟରେ ୧୩ଟି ଦୋକାନ ଘର ରହିଛି । ଉପଜିଲ୍ଲାପାଳ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଅଧିଗ୍ରହଣ କାର୍ଯ୍ୟ କରାଯାଉଛି । ଶାନ୍ତି ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମଧ୍ୟ ଉଚ୍ଛେଦ ସ୍ଥନାରେ ମୁତୟନ କରାଯାଇଛି ।

ଗତ ମାସ ୨୭ ତାରିଖରେ ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଶ୍ରୀକ୍ଷେତ୍ରର ବିକାଶ ପାଇଁ  ବିଧାନସଭାରେ ରାଜଡ୍ୟ ସରକାର ପାରିତ କରିଥିଲେ ଶ୍ରୀମନ୍ଦିର ପରିକ୍ରମା ଯୋଜନା । ମହାପ୍ରଭୁଙ୍କ ଦର୍ଶନ ପାଇବା ଲକ୍ଷ ଲକ୍ଷ ଭକ୍ତଙ୍କ ଇଛା ରହିଛି। ଭକ୍ତ କିପରି ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ଦାୟିତ୍ବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ  ।

ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବା ଏବଂ ଶ୍ରୀକ୍ଷେତ୍ରର ବିକାଶ ପକ୍ରିୟାକୁ ତ୍ୱରାନିତ କରିବା ପାଇଁ ଆଜି ଠାରୁ ଏହି ଉଚ୍ଛେଦ ପକ୍ରିୟା ଆରମ୍ଭ କରାଯାଇଛି  । ଯେଉଁଥିପାଇଁ ଆଜି ରାଧାବଲ୍ଲଭ ମଠର କିଛି ଅଂଶକୁ  ଭଙ୍ଗା ଯାଉଥିବା ଦେଖାଯାଇଛି  ।

Leave a Reply