spot_img

Latest Posts

କାଳବୈଶାଖୀ ତାଣ୍ଡବ : ଗଛ ପଡ଼ି ୨ ମହିଳାଙ୍କ ମୃତ୍ୟୁ

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ କାଳବୈଶାଖୀ ତାଣ୍ଡବ । ପେଦାବାଇଲ ସାପ୍ତାହିକ ହାଟରେ ଗଛ ପଡ଼ି ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଆନ୍ଦ୍ରପ୍ରଦେଶର ପାଡେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପେଦାବାଇଲ ସାପ୍ତାହିକ ହାଟ ଚାଲିଥିବା ସମୟରେ ହଠାତ୍ ପବନ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଥିଲା । ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟ ଦୌଡ଼ିଥିଲେ । କିନ୍ତୁ କିଛି ବୁଝିବା ଆଗରୁ ହଠାତ ଏକ ବିରାଟ ଗଛ ହାଟ ଉପରେ ଉପୁଡ଼ି ପଡ଼ିଥିଲା । ମୃତକ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଜରାଇ ଗାଁର ସୀତାମା ଖଡା ଓ ତିଲତମା ଖରା ।ସ୍ଥାନୀୟ ଲୋକ ଓ ପୋଲିସ ମିଶି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ l ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

Latest Posts

Don't Miss