ନିଲମ୍ବିତ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ଲ୍ୟାମ୍ପ ଏମଡି

1 min read

ନନ୍ଦିଘୋଷ ବ୍ୟୁରୋ: ନିଲମ୍ବିତ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ଲ୍ୟାମ୍ପ ଏମଡି । ଚଳିତ ବର୍ଷ ଖରିପ ଋତୁରେ ଧାନ ମଣ୍ଡିରେ ଧାନ କିଣାରେ ଅନିୟମିତତା ଅଭିଯୋଗ ପରେ ନିଲମ୍ବିତ ହୋଇଛନ୍ତି ଲ୍ୟାମ୍ପ ଏମଡି ନିରାକାର ରାଉତ । ନବରଙ୍ଗପୁର ସମବାୟ ସମିତି ସମୂହ ସହକାରୀ ନିବନ୍ଧକଙ୍କ ନିର୍ଦ୍ଦେଶକ୍ରମେ ରାଇଘର ଲ୍ୟାମ୍ପ ପରିଚାଳନା ପରିଷଦ ନିର୍ଦ୍ଦେଶକ ନିରାକାର ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଲ୍ୟାମ୍ପ ପକ୍ଷରୁ TP କଟାଯାଇ ନଥିବାରୁ ବର୍ତ୍ତମାନ ସୁଦ୍ଧା ୩୪୪ ଜଣ ଚାଷୀଙ୍କ ୧୪ ହଜାର ୨ଶହ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ ସୁଦ୍ଧା ୪ କୋଟି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚାଷୀଙ୍କୁ ଦିଆଯାଇ ନାହିଁ । ନନ୍ଦିଘୋଷ ଟିଭିରେ ଏନେଇ ଖବର ପ୍ରଶାରଣ ପରେ ତଦନ୍ତ କରି ଲ୍ୟାମ୍ପ ଏମଡିଙ୍କୁ ନିଲମ୍ବନ କରିଛନ୍ତି ସହକାରୀ ନିବନ୍ଧକ ।