spot_img

Latest Posts

ପବିତ୍ର ମକର ସଂକ୍ରାନ୍ତିରେ ଏକାଠି ହେଲେ ବାପା-ପୁଅ

ନନ୍ଦିଘୋଷ ବ୍ୟୁରୋ : ପବିତ୍ର ମକର ସଂକ୍ରାନ୍ତିରେ ଏକାଠି ହେଲେ ବାପା-ପୁଅ। ମକର ସଂକ୍ରାନ୍ତି ଅବସରରେ ଜନଶକ୍ତି ଜନତା ଦଳ ନେତା ତଥା ପୁଅ ତେଜ ପ୍ରତାପ ଯାଦବଙ୍କ ବାସଭବନକୁ ଯାଇ ଭେଟିଛନ୍ତି ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଓ ରାବଡି ଦେବୀ। ଗତକାଲି ପାଟନାସ୍ଥିତ ୧୦-ସର୍କୁଲାର ରୋଡସ୍ଥିତ ରାବଡି ଦେବୀଙ୍କ ବାସଭବନକୁ ଯାଇ ମକର ସଂକ୍ରାନ୍ତିରେ ଦହି-ଚୂଡ଼ା ଭୋଜିଲାଗି ଘରକୁ ଆସିବା ଲାଗି ଅନୁରୋଧ କରିଥିଲେ ତେଜ ପ୍ରତାପ। ଏହା ସହ ତେଜସ୍ବୀଙ୍କୁ ମଧ୍ୟ ସେ ଘରକୁ ଆସିବା ଲାଗି ଅନୁରୋଧ କରିଥିଲେ। ଲାଲୁ ପ୍ରସାଦ ଯାଦବ ଓ ରାବଡୀ ଦେବୀ ତେଜପ୍ରତାପଙ୍କ ଘରେ ପହଞ୍ଚିବା ପରେ ତେଜପ୍ରତାପ ସେମାନଙ୍କ ପାଦ ଛୁଇଁ ଆଶୀର୍ବାଦ ମାଗିଥିଲେ। ଏହି ମିଳନ ଏକ ପବିତ୍ର ମିଳନ ଥିଲା ବୋଲି କହିଛନ୍ତି ତେଜପ୍ରତାପ। ଗତ ବିଧାନସଭା ନିର୍ବାଚନରେ ଯାଦବ ପରିବାରରେ ସୃଷ୍ଟି ହୋଇଥିବା ମତପାର୍ଥକ୍ୟକୁ ନେଇ ସୃଷ୍ଟି ହୋଇଥିଲା ହଟଚମଟ।

Latest Posts

Don't Miss