ଜେଲରୁ ବାହାରିବେ ଲାଲୁ: ମିଳିଲା ଜାମିନ୍
1 min readପାଟନା: ବିହାରର ପୂବର୍ତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି । ଚାରା ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୧୦ ଲକ୍ଷ ଟଙ୍କର ଜରିମାନା ଏବଂ ୧ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ସେ ଖୁବ ଶୀଘ୍ର ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି ।
RJD Chief Lalu Yadav granted bail by Jharkhand HC in a case related to Fodder scam
He has been granted bail on the uniform yardstick of half custody & health issues; he will be released soon. He will have to deposit Rs 1 lakh surety amount & Rs 10 lakh as fine, says his lawyer. pic.twitter.com/TNb2iBs6VC
— ANI (@ANI) April 22, 2022
ଏଠାରେ ଆମେ କହିରଖୁଛୁ ଯେ, ଲାଲୁ ପୂର୍ବରୁ ଅସୁସ୍ଥ ଥିଲେ । ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଚାନକ ବିଗିଡି ଯାଇଥିଲା । ଯାହା ଫଳରେ ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଥିଲା । ଜ୍ବର ଓ ଦୁର୍ବଳତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା । ଏବେ ସେ ଜେଲରୁ ବାହାରିବେ ।