Bihar Election: ଟ୍ରେଣ୍ଡରେ NDAକୁ ଆଗୁଆ ଦେଖି ଏମିତି କଲେ ଲାଲୁ
1 min readରାଞ୍ଚି: ପ୍ରଥମଥର ଲାଗି ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ବିହାର ଭୋଟ୍ ଦେଇଛି, ମତଗଣନା ଚାଲିଛି । ଗୋ-ଖାଦ୍ୟ ଦୁର୍ନୀତିରେ ସଜ୍ଜା କାଟୁଥିବା ଲାଲୁ ମେଡିକାଲରେ ବସି ନିର୍ବାଚନର ଖବର ଟିଭିରେ ଦେଖୁଛନ୍ତି । ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ ଟିଭିରେ ବିଜେପି ନେତୃତ୍ୱାଧୀନ NDA ଟ୍ରେଣ୍ଡରେ ଆଗୁଆ ରହିବା ଦେଖି ଟିଭି ବନ୍ଦ କରି ଦେଇଥିଲେ ।
ଖବର ଅନୁସାରେ, ରିମ୍ସ ମେଡିକାଲର କେଲି ବଙ୍ଗଳା ଲନରେ ଲାଲୁଙ୍କୁ ଦେଖିବାକୁ ମିଳିଛି । ସକାଳେ ଲାଲୁ ଟ୍ରେଣ୍ଡ ଜାଣିବା ଲାଗି ଟିଭି ଲଗାଇଥିଲେ । ପ୍ରାରମ୍ଭିକ ଟ୍ରେଣ୍ଡରେ ମହାମେଣ୍ଟ (MGB) ଭଲ୍ କରିଥିଲା ଯାହାକୁ ଦେଖି ଲାଲୁ ଖୁସି ଥିଲେ । ଯେତେବେଳେ ଟ୍ରେଣ୍ଡରେ ଏନଡିଏ ଆଗୁଆ ହେଲା ତ ଲାଲୁଙ୍କ ହୋସ୍ ଉଡ଼ିବା ଭଳି ଅବସ୍ଥା ହେଲା । ସେ ତୁରନ୍ତ ଟିଭି ରିମୋଟ୍ ଅଫ କରି ରୁମରୁ ବାହାରି ଯାଇଥିଲେ ।
ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ବାପାଙ୍କ ଅନୁପପସ୍ଥିତିରେ ଆରଜେଡିର ମଙ୍ଗ ସମ୍ଭାଳି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ନିର୍ବାଚନ ଲଢ଼ୁଛନ୍ତି । ତାଜା ଟ୍ରେଣ୍ଡ ଅନୁସାରେ ଏନଡିଏ ୧୨୩ଟି ଆସନରେ ଆଗୁଆ ଥିବାବେଳେ ଆରଜେଡି (ମହାମେଣ୍ଟ) ୧୧୧ଟିରେ ଆଗୁଆ ରହିଛି । ପୂର୍ବରୁ ୪ଟି ଆସନରେ ଆଗୁଆ ଥିବା ଏଲଜେପି ଏବେ କୌଣସି ଆସନରେ ଆଗୁଆ ନାହିଁ । ୯ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି ।